STORYMIRROR

Nandini RayMohapatra

Romance

3  

Nandini RayMohapatra

Romance

ମିନି କବିତା

ମିନି କବିତା

1 min
504

ଗୋଟେ ମାତାଲ୍ ମଣିଷ ଆଉ ବିଳମ୍ବିତ ରାତ୍ରିର ପ୍ରହର,

ପ୍ରତୀକ୍ଷାରତ ବେଳାଭୂମି ଓ ଅଶାନ୍ତ, ଉତ୍ତାଳ ଜୁଆର,


ବର୍ଷା ବାରି ଧାରେ ଓତପ୍ଲୋତ ଚାତକୀର ଶରୀର ଅଧର, 

ଅଭିମାନୀ ପ୍ରିୟତମା ସାଥେ ଲୁଚାଛପା ପ୍ରେମ କାରବାର, 


ବିଧବାର ଧଳା ଶାଢ଼ି ପଣତରୁ ଧୀରେ ଧୀରେ ପୁଣିଥରେ 

ଫୁଟି ଆସୁଥିବା ଅସରନ୍ତି ରଙ୍ଗର ଫୁଆର,

ଏଇତ ମିଳନର ମହାର୍ଘ ମୁହୂର୍ତ୍ତ, ନିର୍ବାଣର ଦୀର୍ଘ ଇସ୍ତାହାର। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance