STORYMIRROR

Nandini RayMohapatra

Others

3  

Nandini RayMohapatra

Others

ହେ ନିଦାଘ

ହେ ନିଦାଘ

1 min
471

ସଙ୍ଗୀତ ଜଗତର ଅମ୍ଳାନ ତାରକା ଅକ୍ଷୟ ମହାନ୍ତିଙ୍କ ସ୍ମୃତି ରେ, ତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ ପୂର୍ବକ, (ହେ ଫଗୁଣ ସ୍ଵରରେ ପଢିବା ପାଇଁ ଅନୁରୋଧ)


ହେ ନିଦାଘ ତୁମେ, ଆସିଲ ଯେ ଦିନୁ,

ଜୀବନ ହୋଇଛି ମରୁ,

ନିଜେ ପଢି ନିଜ ଚିଠି ମୁଁ ହସୁଛି,

ହସୁ ହସୁ ପୁଣି ଲୁହ ବି ଝରୁଛି,

ଅସରା, ଏ ନୟନରୁ।


ହେ ନିଦାଘ ତୁମେ........


ଫଗୁଣ ରୁଷିଛ କିବା ମୋ ଉପରେ,

ଯାଇଛ ଯେ କେବେଠୁ ଚାଲି,

ଏତେ ଯନ୍ତ୍ରଣା, ମୋତେ ଦିଅ କିଆଁ, 

ତୁମକୁ ଭଲ ପାଏ କି ବୋଲି? 

କାଗଜ ପୃଷ୍ଠାରେ କାଳି ସେ ନୁହଁଇ, 

ସାଇତା ଲୁହ ଓ କୋହ ଯେ ଝରଇ 

ନିଗିଡି ମୋହରି ବୁକୁରୁ। 


ହେ ନିଦାଘ ତୁମେ.......

 

ସେଇ ଚିହ୍ନା ଗଳି ଲାଗୁନାହିଁ ଭଲ, 

ସବୁଠି ବାସ୍ନା ସେମିତି , 

ସମୟ ସତରେ, କେତେ ବଳୀୟାନ, 

ପାରିଲିନି ବୁଝି କେମିତି ;

ତଥାପି ମାରିନି ମୋ ଭଙ୍ଗା ଆଶାକୁ, 

ତଥାପି ଜଗିଛି ପୁରୁଣା ବସାକୁ, 

ଫଗୁଣ ଫେରିବ ଫେରୁ। 


ହେ ନିଦାଘ ତୁମେ....... 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍