Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Nandini RayMohapatra

Others

3  

Nandini RayMohapatra

Others

ସ୍ମୃତି ସିରିଜ୍। ସ୍ମୃତି ; ପ୍ରଥମ ଭାଗ

ସ୍ମୃତି ସିରିଜ୍। ସ୍ମୃତି ; ପ୍ରଥମ ଭାଗ

1 min
896



ଅଳପ ଅଳପ ବହି ଯାଉଥିଲା 

ବଇଶାଖି ର ସେ ବାଆ, 

ମିଞ୍ଜି ମିଞ୍ଜି ତାରା ମେଳେ ହସୁଥିଲା, 

ଜହ୍ନ ତ ଅଧାଫାଳିଆ I 

ଫୁରୁ ଫୁରୁ ବାସ ଚହଟଉ ଥିଲା, 

ଧୋବ ଫରଫର ମଲ୍ଲୀ, 

ଅଗଣା ମଝିରେ ଗପ ପସରା କୁ

ଜେଜୀ ଦେଇଥିଲା ମେଲି l

ଚଉରା ପାଖରେ ବଉ ଜାଳୁଥିଲା, 

ଧୂପ ଆଉ ସଞ୍ଜବତୀ,

ଲାଗୁଥିଲା ଭାରି ସୁନ୍ଦର ଜୀବନ 

ଅଟଇ ସରଳ ଅତି l 

 

ଏବେ ସଞ୍ଜ କେବେ ଆସେ, ଜହ୍ନ କେବେ ଉଏଁ 

କିଏ ସେ ଜାଣିଛି ଏଠି, 

ନିଃଶ୍ବାସ ଚାଲିଛି ଯନ୍ତ୍ର ପରି ଆଉ 

ଜୀବନ ଖଟୁଛି ବେଠି l

ତାରା ଗଣିବାକୁ, ଗପ ଶୁଣିବାକୁ, 

ଡହଳି ଉଠୁଛି ମନ, 

ବେଡି ପଡିନାହିଁ ପାଦ ରେ ମୋହରି 

ତଥାପି ମୁଁ ପରାଧୀନ l

ଜେଜେମା ହଜିଛି, ବଉ ବି ତ ନାହିଁ, 

ନାହିଁ ଆଉ ସେଇ ରାତି, 

ମଲ୍ଲୀ ବାସ ସିନା ଚହଟୁନି ଆଉ 

ହେଲେ, ଏବେ ବି ତତଲା ସ୍ମୃତି.. 



Rate this content
Log in