STORYMIRROR

Nandini RayMohapatra

Classics

3  

Nandini RayMohapatra

Classics

ଜଗା ପାଇଁ ପଦେ

ଜଗା ପାଇଁ ପଦେ

1 min
394

ସୁଖ ତୋତେ କେବେ ମାଗିନି କାଳିଆ, ମାଗିଛି ମୁଁ ଖାଲି ଦୁଃଖ,

ଦୁଃଖେ ଥିଲେ ସିନା ମନେ ପଡିଯିବ ତୋହରି କଳା ଶ୍ରୀମୁଖ

ସୁଖ ଦେଉ ଯେବେ ଯାଚି ରେ କାଳିଆ, ଭାରି ଡରଲାଗେ ମୋତେ,

ଅହଙ୍କାର କାଳେ ଆସିବ ମନରେ, ପୁଣି ଭୁଲିଯିବି ତୋତେ


ଯନ୍ତ୍ରଣା ଜର୍ଜର ହୃଦରୁ ମୋହର, ତୋ ପାଇଁ ପୀରତି ଜାଗେ,

ଭକତି ର ନୀର ବହେ ଝର ଝର, ତୋ କରୁଣା ସେବେ ମାଗେ

ତୁ ପରା ଜଗା ରେ ଦୀନବନ୍ଧୁ ଅଟୁ, ଅରକ୍ଷିତ ଙ୍କ ର ସାହା,

ଦୁଃଖ ରେ ସିନା ମୁଁ ଥିଲେ ରେ କାଳିଆ କହିବୁ ତୁ ମୋତେ ଆହା


ତୋ ସେହି ଆହା ଯେ ସବୁ ସୁଖ ଠାରୁ, ସବୁ ଐଶ୍ଵର୍ଯ୍ୟ ଠୁ ବଡ,

ତୋ ଆଶିଷ ପାଇଁ, ତୋ ଦୁଆରେ ପରା, ନିଇତି ଅନେକ ଭିଡ

ଜାଣିଛି ଜଗା ରେ ମୁଁ ପାପୀ,ଅଧମ, ନାହିଁ ତପ ଜପ ଜଣା, 

ହେଲେ ମୁଁ ଜାଣିଛି, କରିବୁନି କେବେ ତୋ କରୁଣା ତୁ ଯେ ଉଣା

ଦୁନିଆ କହଇ ମୁଁ କାଳେ ପାଗଳୀ, କାନ୍ଦିବାକୁ ଭଲ ପାଏ,

ସେ କାହୁଁ ଜାଣିବେ, ତୋହର ମୋହର, ଭାବ ଦିଆ ନିଆ ଇଏ।


 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics