STORYMIRROR

Nandini RayMohapatra

Others

3  

Nandini RayMohapatra

Others

ବୋଉ ପାଇଁ ଆଉ ପଦେ

ବୋଉ ପାଇଁ ଆଉ ପଦେ

1 min
357


ବେଳେବେଳେ ଲାଗେ ବୋଉ ଅଛି ପାଖେ,

କେବେ ଲାଗେ ଜମା ଭଲ ପାଏନି ;

ଆଖି ଲୁହ ଯେବେ ତକିଆ ଭିଜାଏ,

ସେବେ ହାତେ ସେ କି ପୋଛି ପାରେନି।


ସତରେ କେବେ ସେ ଆସି ପାରିବନି,

ସେ ପାଇଁ ବି ତାକୁ କେବେ କହିନି ;

ହେଲେ ସ୍ନେହ ଯଦି ଅଛି ମୋ ପାଇଁ, ତା ମନେ,

ସପନରେ କିଆଁ ଦେଖା ଦଉନି।

ରାତି ବଢ଼ିଗଲେ ବହଳ ଅନ୍ଧାରେ,

ତା ପାଇଁ ନିଇତି ଅପେକ୍ଷା କରେ,

କାଳେ ମୋ ଲୁହ ଦେଖିକି, ବାହାରି ଆସିବ,

ବୋଉ ମୋର କୋଉ ଭୂତ ବେଶରେ।

କେବେ ସେ ଆସେନି, ସତ କି ସ୍ଵପ୍ନରେ,

ଜାଣିଛି ସମ୍ଭବ ନୂହେଁ ଆସିବା,

ତଥାପି ରୁଷେ ମୁଁ, ଅଭିମାନ କରେ,

ଜାଣିନି ଏଥିରେ ଲାଭ କି ଅବା।

ସ୍ମୃତି ସିଏ ଗୋଟେ, ହେଲେ ମୁଁ ତା ଆଗେ,

ଜିଦ୍ କରେ, କେବେ ଅଳି ବି କରେ,

କେବେ ହସେ, କାନ୍ଦେ, କେବେ ରାଗେ ପୁଣି,

କେବେ ତା ପାଇଁକି ବିକଳେ ଝୁରେ।

କେବେ ଭାବେ ସିଏ ଚାଲି ତ ଯାଇଛି,

ତା କଥା କୁ ଆଉ ମୁଁ ଭାବିବିନି,

ଭାବୁଛି ଆଖିରେ ବନ୍ଧ ଟେ ବାନ୍ଧିବି,

ହେଲେ ଅମାନିଆ ଲୁହ ବୋଲ ମାନୁନି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍