STORYMIRROR

Gyanendriya Dash

Inspirational

4  

Gyanendriya Dash

Inspirational

ମିଳୁଥାଉ ସଦା ସାନ୍ନିଧ୍ୟ ତୁମ

ମିଳୁଥାଉ ସଦା ସାନ୍ନିଧ୍ୟ ତୁମ

1 min
356


ଜୁଲାଇ ପନ୍ଦର ହେଲି ଜନମ

ପାଳୁଅଛି ଆଜି ଷାଠିଏ ତମ,

ସଖା ସହୋଦର ଆତ୍ମୀୟ ସ୍ଵଜନ

ମିଳୁଥାଉ ସଦା ସାନ୍ନିଧ୍ୟ ତୁମ ।


ବାପା ମାଆଙ୍କର ଛଅ ସନ୍ତାନ

କ୍ରମରେ ମୋହର ପଞ୍ଚମ ସ୍ଥାନ,

ଊଣେଇଶ ଶହ ବାଷଠି ମସିହା

ଜନମ ଲଭିଲି ମୁଁ ଭାଗ୍ୟବାନ ।


ବରଗଡ଼ ଜିଲ୍ଲା ଗ୍ରାମ ଡାଲବ

ଶଷ୍ୟ ଶ୍ୟାମଳାରେ ପୂର୍ଣ୍ଣ ବୈଭବ,

ଜଗତର ନାଥ ମନ୍ଦିର ବେଢ଼ାରେ

ମହାନଦୀ କୂଳେ ବିତେ ଶୈଶବ ।


ଗାଆଁ ବିଦ୍ୟାଳୟେ ପଞ୍ଚମ ଶ୍ରେଣୀ

ପାଠ ପଢ଼ିସାରି ଆଗେ ଅଗ୍ରଣୀ,

ମାମୁଁଘରେ ଆଉ ସାଲନା ସ୍କୁଲରେ

ବିଦ୍ୟାଳୟ ପାଠ ସରିଲା ପୁଣି ।


ଲରମ୍ଭା କଲେଜେ ସରିଲା ବିଏ

ଜ୍ୟୋତିବିହାରରେ ଡବଲ ଏମଏ,

ବିଇଡି କରିକି ଚାକିରୀ ନ ଖୋଜି

ସେବା କରିବାକୁ ପାଦ ବଢ଼ାଏ ।


ସରସ୍ବତୀ ଶିଶୁବିଦ୍ୟା ମନ୍ଦିର

ସେବାବ୍ରତକୁ ମୁଁ କଲି ନିଜର,

ତିରିଶି ବରଷ ଦେଲିଣି କଟାଇ

ଆଉ ଅଳ୍ପଦିନେ ମୋ ଅବସର ।


ହେମଗିରି ଅଟେ ଶ୍ବଶୁର ଘର

ବିନୋଦିନୀ ଧର୍ମପତ୍ନୀଟି ମୋର,

ବିଜୟିତା ଆଉ ସୁଚାରିତା ଦୁଇ

କନ୍ୟାରତ୍ନ ମିଶି ମୋ ପରିବାର ।


ସମାଜ କଲ୍ୟାଣେ ସମୟ ଦେଇ

ଅବଶିଷ୍ଟ କାଳ ଦେବି ବିତାଇ,

ସେବା ଦୟା ଧର୍ମ ପର ଉପକାରେ

ଆଗେଇବା ସର୍ବେ ଭଉଣୀ ଭାଇ ।


Rate this content
Log in

Similar oriya poem from Inspirational