ମିଳନ୍ତା କି ସାଥିଟିଏ
ମିଳନ୍ତା କି ସାଥିଟିଏ
ଖୋଜୁଅଛି ମନ ଯାଆନ୍ତ।କି ମିଳି
ସାଥି ପରି ସାଥି ଟିଏ
ବୁଝି ପାରନ୍ତା ସେ ମନର କଥାକୁ
କହିବା ଆଗରୁ ସିଏ ।
କାୟା ପଛେ ଛାୟା ରହିବା ପରିକା
ଚାଲୁଥାନ୍ତା ହାତ ଧରି
ମୋ ସୁଖରେ ସୁଖୀ ଦୁଃଖରେ ସେ ଦୁଃଖୀ
ସହକର୍ମୀ ସହଚରୀ ।
କ୍ଷୀର ସହ ନୀର ଅଭେଦ ସମ୍ପର୍କ
ଯେସନ ନୁହେଁ ଅଭିନ୍ନ
ଏକ ମନ ଏକ ପ୍ରାଣ ସମ୍ବନ୍ଧରେ
ନିବିଡ଼ ଆତ୍ମ ବନ୍ଧନ ।
ଜୀବନ ପ୍ରବାହ କୋମଳ ସ୍ପର୍ଶରେ
ପୁଲକିତ ଉଠନ୍ତା ପ୍ରାଣ
ନିବିଡ଼ ଆଶ୍ଳେଷେ ଏକାକାର ମାତ୍ରେ
ଉଁଆସେ ଦିଶନ୍ତା ଜହ୍ନ ।
ନୀଳ ଆକାଶରେ ଦୁଇ ନୀଳ ପକ୍ଷୀ
ଡେଣା ମେଲି ସ୍ୱଚ୍ଛନ୍ଦରେ
ଦିବସ ବା ରାତ୍ର ଉଡାଣର ନିଶା
ସାଥି ବିନା ମନ ଝୁରେ ।

