STORYMIRROR

Saphala Das

Drama Romance

3  

Saphala Das

Drama Romance

ମିଳନ

ମିଳନ

1 min
154


ପ୍ରେମ ଦିଏ ଦିବ୍ୟ ଅମୃତ ପରଶ

ପୁଣି କେବେ ମଧୁରାତି

ସେରାତି ମହକ ହୃଦୟରେ ଭରି

କରେ ଜୀବନର ସାଥି।।


ପ୍ରେମର ବାସ୍ନାରେ ମହକାଇଦିଏ

ମୁକୁଳା ବେଣୀରେ ବାସ

ସେ ବାସରେ ଭରେ ସାରା ଅଗଣା କୁ

ମେଣ୍ଟିଯାଏ ସବୁ ଶୋଷ ।।


ଦାମ୍ପତ୍ୟ ଜୀବନ ଓତଃପ୍ରୋତ ଭାବେ

ଜଡିତ ନାମ ତାର ପ୍ରେମ ହୋଇ

ମଧୁର ମିଳନ ପ୍ରଜାପତି ଘଟ

ଦୁହେଁ ତ ଦୁହିଁଙ୍କ ପାଇଁ ।।


ପ୍ରେମ ହିଁ ଆନନ୍ଦ ପ୍ରେମହିଁ ଇଶ୍ୱର

ପ୍ରେମ ହିଁ ଚିର ଜାଗ୍ରତ

ପ୍ରେମ ପାଇଁ ହସ ଖୁସି ଏ ସଂସାରେ

ପ୍ରେ ଜୀବନର ସତ୍ୟ ।।


ପ୍ରେମରେରହିଛି ସରଗର ସୁଖ

ପ୍ରେମ ଦିଏ ମହାମିଳନ

ସେ ମିଳନପାଇଁ ଜୀବନ ସ୍ୱାର୍ଥକ

 ପ୍ରେମ ପାଇଁ ମିଳେ ପୁଣ୍ୟ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama