STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୧

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

ମିଳିବ କି ନାହିଁ

ମିଳିବ କି ନାହିଁ

1 min
13.9K


ରୋମାଣ୍ଟିକ କବି ମାୟାଧର ମାନସିଂହ


ପ୍ରଣୟୀ ହେ ତବ ମୋହନ ବଂଶୀ ଆଜି

ମରମରେ ପଶି ଉନ୍ମାଦ କରେ ପ୍ରାଣ,

କିବା ଛାଡ଼ି, କେଉଁ ସାଜେ ବା ଶରୀର ସାଜି

କାହିଁ ଯିବି ଅବା, ନାହିଁ ମୋର କିଛି ଜ୍ଞାନ ।୧।

ତୁମେ ମୋର କିଏ ସ୍ପଷ୍ଟ ଧାରଣା ନାହିଁ,

କାହିଁ ଅଛ ଅବା କେଉଁଠି ପାଇବି ଖୋଜି,

କେବଳ ଚିତ୍ତ ଅଶାନ୍ତ ତୁମ ପାଇଁ-

ତୁମରି ଅଭାବେ ଅରୁଚ୍ୟ ଯେତେ ଭୋଜି ।୨।

ସଂଜେ,ସକାଳେ ଶ୍ରମେ ବିଶ୍ରାମେ

ବେଳେବେଳେ କିଏ ଚିତ୍ତେ ଉଠଇ ଡାକି

" ସେଇ ନାହିଁ ଯେଣୁ ଘୂରୁଛ ଭୁବନ ଭରମେ,

ଅ-ଚଳ ତା' ଠାରେ ସମସ୍ତ ତୋର ଫାଙ୍କି ! " ।୩।

କିବା ମୁଁ ଛାଡ଼ିବି ?କାହିଁ ଯିବି ଅବା କହ !

ତୁମ ଛଡ଼ା ଅଛି ଭୁବନର କେଉଁ ଥାନ ?

ଯେଉଁଠି ଅଛି ମୁଁ ସେଇଠୁ ମୋ ପୂଜା ନିଅ

ମୋ ଭଗ୍ନ କୂଟୀ ହେଉ ତବ ଆସ୍ଥାନ ! ।୪।

ଗଗନେ ପବନେ ବାହାରେ ବା ଅନ୍ତରେ

ବେଣୁ ନାଦ ତବ ଥରାଏ ବିଶ୍ଵ-କାୟା

କୋଟି ବିରହିଣୀ ଗୋପିକା ନିତ୍ୟ କାଳେ

ଖୋଜୁଛନ୍ତି ତେଣୁ ତବ କଦମ୍ବ ଛାୟା ।୫।

ହେ କୋଟି ଧରାର ଏକାନ୍ତ ପ୍ରିୟତମ,

ଅଶାନ୍ତ ଏକ ପ୍ରାଣ ଚାହେଁ ଧରା କଣେ,

ମିଳିବେ କି ନାହିଁ ଶାଶ୍ୱତ ଦୁଇ ମନ-

ତୁମେ ଆଉ ମୁହିଁ,ସୃଜନ-କୁଞ୍ଜ ବନେ ? ।୬।

ସମାପ୍ତ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics