STORYMIRROR

Niranjan Sahu

Tragedy

3  

Niranjan Sahu

Tragedy

ମିଛରେ ଭାଗ୍ୟକୁ ନିନ୍ଦିବୁ...

ମିଛରେ ଭାଗ୍ୟକୁ ନିନ୍ଦିବୁ...

1 min
445

ମୁଁ କି ଦୋଷ କରିଥିଲି ଧନ     

  ବୃଦ୍ଧା ଶ୍ରମେ ଛାଡ଼ିଦେଲୁ

କେଉଁ ଜିନିଷ ଅଭାବ କରିଥିଲି

   ହୀନିମାନ କରିଦେଲୁ..........


ଦଶମାସ ତୋତେ ଗର୍ଭରେ ଧରିଲି

କେତେ କଷ୍ଟ ପାଇ ଜନମ ମୁଁ ଦେଲି

ଖିର ଖୁଆଇଲି ଶକ୍ତିମାନ କଲି

   ଭଲ ଉପହାର ଦେଲୁ

ଏମିତି କଣ ଭୁଲ କଲିଯେ

   ଅଲୋଡ଼ା ତୁ କରିଦେଲୁ.......


ମାଆ ମମତାରେ ବାନ୍ଧି ଦେଇଥିଲି

ସ୍ନେହ ସରଧାରେ ଛନ୍ଦି ଦେଇଥିଲି

ଜୀବନଠୁ ବଡ଼ ତୋତେ ଭାବିଥିଲି

     ଏମିତି କଅଣ କଲୁ

ବଡ଼ ହେଲା ପରେ ସବୁ ଭୁଲିଯାଇ

    ବେସାହାରା କରିଦେଲୁ........


ମାଆଟିଏ ହୋଇ କେମିତି ଯେ ଦେବି

    ଅଭିଶାପ ମୁହିଁ ତୋତେ

ସୁଖରେ ଶାନ୍ତିରେ ରହିବୁରେ ଧନ

  ଯେତେ ଦୁଃଖ ଆସୁ ମୋତେ........


ମୋର ଗୋଟେ କଥା ରଖିବୁରେ ଧନ

  ତୋର ଛୁଆଙ୍କୁ ବୁଝେଇ ଦେବୁ

ବାପା ମାଆଙ୍କର ସେବା କରିବାକୁ

     ନୀତିଶିକ୍ଷା ଦେଉଥିବୁ........


ତୋର ପିଲାଛୁଆ ଏତିକି ଶିଖିଲେ

   ଦୁଃଖ ଆସିବିନି ତୋତେ

ଏତିକି ଟିକିଏ ଶିଖି ନପାରିଲେ

   ମନେପକେଇବୁ ମୋତେ......


ବୃଦ୍ଧାଶ୍ରମେ ଯଦି ତୋତେ ଛାଡ଼ିଦେବେ

   ମୋ ପରି ଅଲୋଡ଼ା ହୋଇବୁ

କରିଥିବା କର୍ମ ମନେ ପଡିବନି

   ମିଛରେ ଭାଗ୍ୟକୁ ନିନ୍ଦିବୁ.......



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy