ମିଛର ବଳୟ
ମିଛର ବଳୟ
କିଛି କୁହ ଯାହା କହିବାର ଥିଲା
କହିପାର ନାହିଁ କାହିଁ ,
କିଛି ଭାବ ଯାହା ଭାବିବାର ଥିଲା
କେବେ କାହିଁ ଭାବନାହିଁ ।
କିଛି ଦେଖ ଯାହା ଦେଖିବାର ଅଛି
ଦେଖି ପାରୁନାହଁ କାହିଁ ,
ଟିକେ ଶୁଣ ଯାହା ଶୁଣିବାର ଅଛି
ମଳିନତା କାହିଁ ପାଇଁ ।
ମିଛ ପ୍ରତିଶ୍ରୁତି ମିଛ ଚିତ୍ରପଟ୍ଟ
ଅନୁଭବେ ରହିଯାଏ ,
ଆବେଗ, ଭାବନା ମିଛର ବାହାନା
ଅଭିନୟ କହିଦିଏ ।
ମିଛ ଆତ୍ମିୟତା ମିଛ ପ୍ରତିଛବି
ନିଃଶ୍ୱାସକୁ ରୁନ୍ଧି ଦିଏ ,
ନିଜ ଚାରିପାଖେ ମିଛ ବଳୟରେ
ବିଶ୍ଵାସ ଦୋହଲି ଯାଏ ।
ସତ୍ୟ ବିଶ୍ଵାସର ଶବ୍ଦାୟିତ ଧ୍ଵନୀ
ନିରବରେ ଭାଙ୍ଗିଯାଏ ,
ନିଜ ଡାଏରୀର ହାତ ଲେଖା ଶଦ୍ଦ
ନିଃଶବ୍ଦରେ ରହିଯାଏ ।
ଅନେକ ଆଶାର ମିଛ ଆଶ୍ୱାସନା
ହୃଦୟକୁ ଭାଙ୍ଗିଦିଏ ,
କହିବା , ଭାବିବା , ଦେଖିବା , ଶୁଣିବା
ସବୁ ଶେଷ ହୋଇଯାଏ ।
