STORYMIRROR

Kalandi pal

Inspirational

3  

Kalandi pal

Inspirational

ମିଛ ସତ ଖେଳ

ମିଛ ସତ ଖେଳ

1 min
120


       

ଖୋଜୁଥାଏ ମନ    ସୁସ୍ୱାଦୁ ବ୍ୟଞ୍ଜନ

    ହୃଦ ଖୋଜେ ଶୁଦ୍ଧ ଅନ୍ନ

ଅସତ୍ୟରେ ବାଇ    ମନ ସଦା ଥାଇ

     ହୃଦ ପାଇଁ ସତ୍ କର୍ମ ।।


ସ୍ବାର୍ଥ ପାଶେ ସଦା   ମନ ହୁଏ ବନ୍ଧା

    ହୃଦୟ ଖୋଜେ ନିଃସ୍ଵାର୍ଥ

ମନ ଖୋଜୁଥାଏ    ରଙ୍ଗିନ ଦୁନିଆଁ

     ହୃଦୟର ଭିନ୍ନ ପଥ ।।


ତୁଛା ସନମାନ    ଖୋଜୁଥାଏ ମନ

    ହୃଦୟ କରେ ବାରଣ

ଗର୍ବେ ଉନମତ     ମନ ଅବିରତ

   ହୃଦୟ ଖୋଜେ ନିର୍ବାଣ ।।


ଦେଖି ପରଧନ  ଲୋଭ ଗ୍ରାସେ ମନ

     ଲୁଟି ନେଇ ହୁଏ ଧନୀ

ସତର୍କର ଘଣ୍ଟି     ସଦା ପିଟି ପିଟି

     ହୃଦ ଦିଏ ଚେତାବନୀ ।।


ଅନିତ୍ୟ ସଂସାର  କିଛି ନୁହେଁ କା'ର

    ଚିର ସାଥୀ ଶୁନ୍ୟ ହସ୍ତ

କାହିଁକି ପାଗଳ    ପରାୟ ବିକଳ

    ହୁଅଇ ସାରା ଜଗତ ।।


ଦେଖାଏ ସୂପଥ  ନିତି ବିବେକ ତ

     ଅନ୍ତର ଆତ୍ମାରେ ରହି

ବାଛି ନିଏ ଯିଏ   ମଣିଷଟି ସିଏ

     ସହାୟ ହୁଅନ୍ତି ବିହି ।।


ପଞ୍ଚ ଭୂତେ ଗଢା ଏ ଶରୀର ପରା

   ଚାଲେ ମିଛ ସତ ଖେଳ

ମିଛ ସତ ଭାବ  ବୁଝିଲା ବେଳକୁ

   ପୁରି ଯାଇଥାଏ କାଳ ।।


 


Rate this content
Log in

Similar oriya poem from Inspirational