ମିଛ ମୁକୁତାର ଭ୍ରମ
ମିଛ ମୁକୁତାର ଭ୍ରମ
ଜହ୍ନର ଦେହରେ କଳଙ୍କଟିଏ ମୁଁ
ଶୀତଳ ଚାନ୍ଦିନୀ ତୁମେ
ସକାଳ ଖରାରେ ତୁମକୁ ଖୋଜେ ମୁଁ
ମିଛ ମୁକୁତାର ଭ୍ରମେ I
ପାହାନ୍ତି ଆକାଶେ ତୋଫା ଦିଶ ତୁମେ
ଦୁଃଖ ହଜେ ମୋର ମନୁ
ଚିତ୍ରରେ ଚିତ୍ରରେ ବିଞ୍ଚିଦିଅ ତୁମେ
ପ୍ରୀତିର ପରାଗ ରେଣୁ I
ଖୋଜିଖୋଜି ମନ ଯାଚିିଦେଲି ଜହ୍ନ
ସପନ ଖୋଜିଲା ଆଖି
ହଜାରେ ସପନ ସାଉଁଟି ରଖିଛି
ଗୋଟେ ବି ପାରିନି ଦେଖି I
ମନ ଆଇନାରେ ଦିଶେ ତୁମ ଛବି
ସ୍ମୃତିରେ ଆସିଲେ ତୁମେ
ଆକାଶରେ ଜହ୍ନ ଆଖି ମାରୁଥାଏ
ମୁଁ ଭିଜଇ ତୁମ ପ୍ରେମେ I

