STORYMIRROR

Pranati Mahapatra

Tragedy

2  

Pranati Mahapatra

Tragedy

ମିଛ ମଣିଷ

ମିଛ ମଣିଷ

1 min
13.3K


ନିତି ମୁଁ ଶୋଉଛି କୋକେଇରେ ପୁଣି

    ନିତି ମୋ ଶବ ଜଳଇ,

ଥରେ ସିନା ଜଳେ ଏନ୍ତୁଡିର ନିଆଁ

    ନିତି ମୁଁ ପାଉଁଶ ହୁଅଇ।

ମଶାଣିରେ ଶୁଏ ଦଗ୍ଧୀଭୂତ ହୁଏ

     ପିଇ ସକଳ ଯାତନା,

ନୟନୁ ଲୋତକ ରୋକିପାରେ ନାହିଁ

     ମୁଁ ମରିବି ମରି ପାରେନା।

ଭଲପାଇ ଯଦି ଭୁଲ୍ ମୁଁ କରିଛି

    କରିବି ମୁଁ ବାରମ୍ବାର,

ପ୍ରେମ କରିବାଟା ପାପ ହୁଏ ଯଦି

  ପାପୀହେବି ଦୁଃଖ ନାହିଁ ମୋହର।

ସମ୍ପର୍କଟା ଯଦି ମିଛ ହୋଇଯାଏ

   ମିଛ ମଣିଷଟେ ମୁଁ ହୋଇଯିବି,

ଭୁଲ୍, ପାପ,ଭଲ ସବୁକୁ କୋଳେଇ

   ମିଛ ସମ୍ପର୍କରେ ଜୀଇଁ ରହିବି।

    ପ୍ରଣତି ମହାପାତ୍ର

      ବାଲେଶ୍ୱର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy