ମିଛ ମାୟା ସଂସାରେ
ମିଛ ମାୟା ସଂସାରେ
ଲୋଭ ମୋହେ ବନ୍ଧା ମଣିଷ ଜୀବନ
ମିଛ ଏ ମାୟା ସଂସାରେ
ଅଭିନୟ ପୁଣି କେତେ ଯେ କରିବା
ସଂସାର ରଙ୍ଗ ମଞ୍ଚରେ ।
କେବେ ହେବା ବାପା କେବେ ହେବା ଦାଦା
କେବେ ବନ୍ଧୁ ସଖା ଭାଇ
ଏନ୍ତୁଡିଶାଳରୁ କାହାଣୀ ଆରମ୍ଭ
ଶେଷ ଯେ ମଶାଣୀ ଜୁଇ ।
କେବେ ହସାଇବା ପୁଣି ହସୁଥିବା
କେବେ କାନ୍ଦି କନ୍ଦାଇବା
ସ୍ନେହ ଶ୍ରଦ୍ଧା ପ୍ରେମ ମାଖି ଜୀବନରେ
ସବୁ ଦୁଃଖକୁ ସହିବା ।
ଜୀବନର ଏଇ ରଙ୍ଗମଞ୍ଚ ମଧ୍ୟେ
ନିର୍ଦ୍ଦେଶକ ନାରାୟଣ
ତାଙ୍କରି ବିନା ଯେ ଏ ରଙ୍ଗମଞ୍ଚରେ
ତିଷ୍ଠିବାଟା ଅକାରଣ ।
ମିଛମାୟାର ଏ ସଂସାର ଭିତରେ
ଅଢେଇ ଦିନ କାହାଣୀ
ଲୋଭ ମୋହେ ପଢି ହେବା ନିତି ଘାଣ୍ଟି
ବିଧିର ଏହି ଭିଆଣୀ ।
