Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bhagaban Otta

Classics Others

4.5  

Bhagaban Otta

Classics Others

ମିଛ ମାୟା ସଂସାର

ମିଛ ମାୟା ସଂସାର

1 min
264


ମିଛ ମାୟା ସଂସାର ରେ

କେହି ନୁହଁନ୍ତି କାହାର,

ଏକା ତୁମେ ଜଗନ୍ନାଥ

ଭରସା ତୁମେ ହେ ମୋର l


ଧନ୍ୟ ଲୀଳା ଲଗାଇଛ 

ଧନ୍ୟ ଲୀଳା ଲଗାଇଛ..

ଜଗତ ଠାକୁର

ହେ କଳାଠାକୁର... ll


ତୁମେ ଏକା ପ୍ରଭୁ ମୋର

ମୁଁ ଅଟେ ତୁମ୍ଭ କିଙ୍କର,

ତୁମକୁ ଛାଡିଲେ ମୁକ୍ତି

ନାହିଁ ହେ କଳାଠାକୁର l


ଧନ୍ୟ ଲୀଳା ଲଗାଇଛ 

ଧନ୍ୟ ଲୀଳା ଲଗାଇଛ..

ଜଗତ ଠାକୁର

ହେ କଳାଠାକୁର... ll


ଧନ ସମ୍ପତ୍ତି କୁ ନେଇ

ନର ମନେ ଅହଂଙ୍କାର,

ଜୀବ ଗଲାବେଳେ କେହି

ନ ଯିବେ ସଙ୍ଗରେ ତୋର l


ଧନ୍ୟ ଲୀଳା ଲଗାଇଛ 

ଧନ୍ୟ ଲୀଳା ଲଗାଇଛ..

ଜଗତ ଠାକୁର

ହେ କଳାଠାକୁର... ll


ଲୀଳା ମୟ ହେ ପୁରୁଷ

ସର୍ଵ ଘଟେ ବିରାଜିତ,

ତୁମ୍ଭ ଚରଣ ସେବାରେ

ସରିଯାଉ ମୋ ଆୟୁଷ l


ଧନ୍ୟ ଲୀଳା ଲଗାଇଛ 

ଧନ୍ୟ ଲୀଳା ଲଗାଇଛ..

ଜଗତ ଠାକୁର

ହେ କଳାଠାକୁର... ll


କାଳିଆ କଳା ଠାକୁର

ସଂସାର ମଧ୍ୟରେ ସାର,

ତୁଣ୍ଡେ ଭଜୁଥିବି ନୀତି

ତୁମ ନାମ ବାରମ୍ବାର l


ଉଦ୍ଧାର କରି ନେବହେ

ଉଦ୍ଧାର କରି ନେବହେ...

ଜଗତ ଠାକୁର

ହେ କଳାଠାକୁର... ll


ମିଛ ମାୟା ସଂସାର ରେ

କେହି ନୁହଁନ୍ତି କାହାର,

ଏକା ତୁମେ ଜଗନ୍ନାଥ

ଭରସା ତୁମେ ହେ ମୋର l


ଧନ୍ୟ ଲୀଳା ଲଗାଇଛ 

ଧନ୍ୟ ଲୀଳା ଲଗାଇଛ..

ଜଗତ ଠାକୁର

ହେ କଳାଠାକୁର... ll



Rate this content
Log in

Similar oriya poem from Classics