STORYMIRROR

samhita jena

Tragedy

3  

samhita jena

Tragedy

ମିଛ ମାୟା ମରୀଚିକା

ମିଛ ମାୟା ମରୀଚିକା

1 min
317


ମିଛ ମାୟା ଭରା ଏ ସାରା ସଂସାର

କେହି ନୁହେଁ ଆପଣାର

ପ୍ରତି ମୁହୂର୍ତ୍ତରେ ଲାଗୁଛି ଏମିତି

ମଶାଣି ଏକା ନିଜର।


ମୃତ୍ୟୁର ଶବାରୀ କେବେ ଧରି ଆସେ

ନାନା ଭୁତାଣୁର ଭୟ

ସଂସାରଟା ଲାଗେ ମାୟା ମରୀଚିକା

ତୁଟେ ଜୀବନର ମୋହ।


ଆମନ୍ତ୍ରଣ କରେ ଜୀବନ ମୃତ୍ୟୁକୁ

ରଚି ଯୁଦ୍ଧ ବିଭୀଷିକା

ସେତେବେଳେ ଲାଗେ ଜୀବନଟା ଖାଲି

ମିଛ ମାୟା ମରୀଚିକା।


ମିଥ୍ୟା ପ୍ରାଚୁର୍ଯ୍ୟରେ ମଣିଷ ଗର୍ବରେ

ରକ୍ତରେ ପାଚେରୀ କରେ

ସବୁ ଗର୍ବ ଦମ୍ଭ ଶେଷ ହୋଇଯାଏ

ମୃତ୍ୟୁ ଯେବେ ସ୍ପର୍ଷ କରେ।


ସମ୍ପର୍କ ବି ମିଛ ସଂସାର ବି ମିଛ

ସଭିଏଁ ମାୟାରେ ବାୟା

ଶ୍ରୀଛନ୍ଦା ଚରଣେ ସମର୍ପିଲେ ମନ

ପବିତ୍ର ହୋଇବ କାୟା।


ସଂସାରର ବସ୍ତୁ ମରୀଚିକା ପ୍ରାୟ

ମେଣ୍ଟେ ନାହିଁ ଏଠି ଶୋଷ

ବେଳ ଥାଉ ଥାଉ କରିଲେ ଉପାୟ

ଦୂର ହେବ ଅବଶୋଷ।


ମିଛ ମାୟା ଭରା ସଂସାରରେ ଖାଲି

ସତ୍ୟ ଏକା ହରି ନାମ

ଜୀବ ଗଲା ବେଳେ ସେହି ଏକା ସାହା

ଯିବା ପାଇଁ ସ୍ୱର୍ଗ ଧାମ।






ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy