ମିଛ କଅଣ ତୁମ ଗଢ଼ିବାଟା ସଂସାର
ମିଛ କଅଣ ତୁମ ଗଢ଼ିବାଟା ସଂସାର
ଶାନ୍ତ ଶିଶୁ ମା ପେଟରୁ ଜନମ ହୋଇ
କରେ କୁଆଁ କୁଆଁ
ମା, ବାପା ଓ ସମାଜର ଲାଳନ ପାଳନେ
ହୁଏ ତ ସେ ଠିଆ ।
ଏହି ଭ୍ରୁଣ ହୋଇବ ଦ୍ରୁମ, ଜ୍ଞାନ ଅନୁସାରେ
ସମାଜ ଫଳ ପାଇବ
ଭାବନାରେ ଅନ୍ତର୍ନିହିତ ଶକ୍ତି ବଳରେ ନୁଆ
ତଥ୍ୟ ସୃଷ୍ଟି କରିବ ।
ବାଲ୍ୟ କାଳରୁ ଏହି ନିଷ୍ପାପ ଶାନ୍ତସ୍ନିଗ୍ଧ
ଶିଶୁର ବିକାଶ ଯଦି ହୁଏ
ଶିଶୁ ଆଗାମୀ ଦିନର ଦକ୍ଷତା ସମ୍ପନ୍ନ
ବ୍ୟକ୍ତିତ୍ବ ହୋଇ, କର୍ଣ୍ଣଧାର ହୁଏ ।
ସେ ପୁଲକିତ କରେ ଧରାକୁ ତାହାର
ପବିତ୍ର ଚିନ୍ତାଧାରାରେ
ଦୁଃଖ ଲାଗେ ଲାଭ ପାଇଁ ସ୍ୱାର୍ଥନ୍ୱେଷୀ
ମଣିଷ ବୁଝି ପାରେନିରେ ।
ତା ଶୁଦ୍ଧ କଳ୍ପନାକୁ ସାମ୍ପ୍ରଦାୟିକ ଜାତିଗତ
ସଂକୀର୍ଣ୍ନ ଚିନ୍ତାଧାରାରେ
ଭବିଷ୍ୟତ କଥା ଚିନ୍ତା ନକରି, କରି ଚାଲିଛନ୍ତି
ନଷ୍ଟ ଭ୍ରଷ୍ଟ, ମତାନ୍ଧତାରେ ।
ହେ ଇଶ୍ୱର, ପ୍ରଶ୍ନ କରେ, ତୁମେ ପରା ଭାବଗ୍ରାହୀ
ଦୁଃଖର ତାରଣ, ଦିଅ ହେ ଉତ୍ତର
ଦେଉଅଛ ଧୋକା, ଅସହାୟର ସହାୟ ନହୁଅ,
ମିଛ କଅଣ ତୁମ ଗଢ଼ିବାଟା ସଂସାର ।