STORYMIRROR

SRIKANTA PRADHAN

Inspirational

4  

SRIKANTA PRADHAN

Inspirational

ମିଛ ଗଣତନ୍ତ୍ର

ମିଛ ଗଣତନ୍ତ୍ର

1 min
912


ବିଶ୍ୱେ ଶ୍ରେଷ୍ଠ ଭାରତ ବର୍ଷ

ମହାନ ଯାର ପୂଣ୍ୟ ସଂସ୍କୃତି

ସୁନ୍ଦରତା ଯାର ଅଙ୍କେ ଅଙ୍କିତ

ଇତିହାସ କହେ ଗୌରବ ଖ୍ୟାତି l


ହିମାଳୟ ଠାରୁ କୁମାରିକା ଯାଏ

କମ୍ବୋଜ ଠାରୁ ଗାନ୍ଧାର କ୍ଷେତ୍ର

ବସୁଧ୍ୟା ଆମେ ଏକ କୁଟୁମ୍ବ

ଯେଉଁ ମାଟିର ପବିତ୍ର ମନ୍ତ୍ର l


ଖଣ୍ଡିତ ହୋଇଛି କାଳର କରାଳ

ଗରଭେ ଅଖଣ୍ଡ ଭାରତ ମାଟି

କେତେ ବିଦେଶୀ ଆକ୍ରମଣକାରି

ନେଇଛନ୍ତି ଧନ ମୋ ଦେଶୁଁ ଲୁଟି l


ଯବନ ହୁଣ ତୁର୍କ ମୋଗଲ

ଫିରଙ୍ଗୀ ଇଂରେଜ ଶାସନ ନାମେ

ବହୁ ଅତ୍ୟାଚାର ହିଂସା ରକ୍ତପାତ

କଲେ ଭାରତୀୟତାର ମରମେ l


ମହାକାଳ ଯେଉଁ ସଭ୍ୟତାର ସ୍ରଷ୍ଟା

କାଳ କି କରିବ ତାହାର ନାଶ

ମହାନ ଆମର ଭାରତ ସଂସ୍କୃତି

ଯାହା ଜାଣିଗଲା ସମଗ୍ର ବିଶ୍ୱ l


ଶେଷ ବିଦେଶୀ କ୍ରୁର ଶାସନ

ଅହିଂସା ମନ୍ତ୍ରରେ ହୋଇଣ ବଶ

ଆମ ହାତେ ଆମ ଶାସନ ଦେଇଣ

ବିଦା ହୋଇ ଗଲେ ଆପଣା ଦେଶ l


ସ୍ୱାଧୀନତା ପାଇଗଲେ ବୋଲି

ଭାରତୀୟ ଙ୍କର ଗର୍ବ ପ୍ରଚଣ୍ଡ

ସ୍ୱାଧୀନତା ବୋଲି ଜନତା କି ବୁଝେ

ସେଦିନ ଭାରତ ହେଲା ଦ୍ବିଖଣ୍ଡ l


ମୁସଲିମ ରାଷ୍ଟ୍ର ହେଲା ପାକିସ୍ତାନ

ଧର୍ମ ନିରପେକ୍ଷ ରାଷ୍ଟ୍ର ଭାରତ

ରାଜତନ୍ତ୍ର ଅନ୍ତ ହେଲା ଭାରତରୁ

ପ୍ରତିଷ୍ଠା ହୋଇଲା ଜନତା ତନ୍ତ୍ର l


ସମ୍ବିଧାନ ପ୍ରଣୟନ କରାଗଲା

ନିଜକୁ କରିବା ନିଜେ ଶାସନ

ଲୋକ ପ୍ରତିନିଧି ଜନତା ବାଛନ୍ତି

ପ୍ରତି ପାଞ୍ଚ ବରଷେ ନିର୍ବାଚନ l


ଥରେ ଯିଏ ନିର୍ବାଚିତ ହୋଇଯାଏ

ସାତ ପୁରୁଷକୁ ନଥାଏ ଚିନ୍ତା

ଶିକ୍ଷକ ବସନ୍ତି ଧାରଣାରେ ଦେଖ

କୃଷକ କରଇ ଯେ ଆତ୍ମହତ୍ୟା l


ବିଦେଶୀ ଶାସନେ ବିଦ୍ରୋହ ଅନେକ

ପୂର୍ବଜ କରିଲେ ସେ ଆନ୍ଦୋଳନ

ସ୍ୱାଧୀନତା ପାଇ ପୂର୍ବ ଭଳି କଥା

କିବା ଲାଭ ଆମେ ହୋଇ ସ୍ୱାଧୀନ ।


ହତ୍ୟା ବଳାତ୍କାର ଲୁଣ୍ଠନ ଶିକାର

ସାଧାରଣ ଜନେ କରିଲେ ନେତା

ସ୍ୱତନ୍ତ୍ର ଦିବସ ସାଧାରଣ ତନ୍ତ୍ର

ଦିବସେ ତ୍ରିରଙ୍ଗା ତଳେ ଏକତା l


ଏବେ ମଧ୍ୟ ପୂର୍ଣ୍ଣ ସ୍ୱାଧୀନତା ନାହିଁ

ଜନତା କହିବ ନିଜର କଥା

ସରକାର ତନ୍ତ୍ର ନେତାଙ୍କ ହାତରେ

ଆରକ୍ଷୀ ଛାଟକୁ ଲୋକଙ୍କ ମଥା ।


କେବେ ରାମରାଜ୍ୟ ମୋଦେଶେ ହୋଇବ

ଜାତିର ଜନକ ଗାନ୍ଧୀ ସ୍ବପନ

ତଥାପି ଗରବେ କହୁ ଅଛୁ ଆମେ

ଆମର ହାତରେ ଆମ ଶାସନ l


Rate this content
Log in

Similar oriya poem from Inspirational