STORYMIRROR

Debabrata Barik Debunu

Tragedy

3  

Debabrata Barik Debunu

Tragedy

ମିଛ ଦୁନିଆ

ମିଛ ଦୁନିଆ

1 min
293


ମିଛ ଦୁନିଆରେ ମିଛ କାହାଣୀ

    ସତ କହିଲେ ମଣିଷ ମରେ,

ଦୁଃଖି ସିନା ଦୁଃଖ ବଖାଣି ପାରେନା

   ହେଲେ ସମାଜ କଟାକ୍ଷ ଘାରେ।

ମିଛ ମାୟା ଏ ସଂସାର ଭିତରେ

   ସତ୍ୟ ବନ୍ଧାପଡେ ମିଛ ଜାଲରେ,

କଳା କପଡାରେ ଆଇନ୍ ତ ବନ୍ଧା

   ଭଟ୍ଟା ପଡିଯାଏ ସୁନା ସଂସାରେ।

କିଛି ସମ୍ପର୍କରେ ନାହିଁ ତ ବିଶ୍ଵାସ 

      ଦିଅନ୍ତି ବିଶ୍ବାସେ ବିଷ,

ମଣିଷ ବୋଲାଏ ନିଜକୁ ଇଶ୍ୱର

   ଖାଉଥାଏ ପୁଣି କା' ହାଡ ମାଂସ।

ଏତ କଳି ଯୁଗ ମିଛ ଦୁନିଆ

      କାହାକୁ ଭଲା କହିବା ,

ସବୁ ପରା ଏଠି ପଶୁ ସାଜିଲେଣି

     ଭଲ ଖୋଜିଲେ କି ପାଇବା।

ଭାଇ ହୋଇଯାଏ ଭାଇର ଭଗାରୀ

      ଘାରେ ସମ୍ପତିର ଲୋଭ ,

ଭାଇ ନ ରହିଲେ ସମ୍ପତ୍ତି ମୋର

    କେ ମଲେ ଗଲେ କି ହେବ ।

ଦୁନିଆର ଖେଳ ଏମିତି କା ଏଠି

      କାହାର ନୁହଁନ୍ତି କେହି ,

ନିଜେ ଖୋଜି ବୁଲେ ନିଜର ଠିକଣା

     ନିଜ ବୋଝ ନିଜେ ବୋହି।

ସମୟ ସହିତ ଚାଲିବାକୁ ହେଲେ

     ମିଳେ ଖାଲି ଦୁଃଖ ଯନ୍ତ୍ରଣା,

ନିଜ ଲୁହ ଆଜି ନିଜେ ମୁଁ ପିଉଛି

      କରି ଅଭିନୟ ଛଳନା।

     


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy