STORYMIRROR

ତାରାପ୍ରସାଦ ଜେନା

Tragedy

3  

ତାରାପ୍ରସାଦ ଜେନା

Tragedy

ମିଛ ଅପବାଦ ଦେଇ ଜାଣ ଖାଲି କଥାକୁ ଗରମ ନିଆଁ

ମିଛ ଅପବାଦ ଦେଇ ଜାଣ ଖାଲି କଥାକୁ ଗରମ ନିଆଁ

1 min
27


ମିଛ ଅପବାଦ ଦେଇ ଜାଣ ଖାଲି

କଥାକୁ ଗରମ ନିଆଁ

ନରମ ଓଠର ପ୍ରିୟାକୁ ସତରେ

ପରକୁ ବାଛିଛ ନାଆଁ

..........ମିଛ ଅପବାଦ ଦେଇ ଜାଣ ଖାଲି

           କଥାକୁ ଗରମ ନିଆଁ । ୦ ।


ଫୁଗଣ ଫୁଲକୁ ଶ୍ରାବଣ ଦେଖେଇ

ଏମିତି କରୁଛ ଘୃଣା

ଭାବର ଲାଭକୁ ପାସୋରି ଦେଇଛ

ନିଜକୁ ହେଉଛ ବଣା,

ବିଗତ ଦିନର ନାୟିକା ହଜିନି

ଛାଡ଼ିଛ ମଉନ ଗାଆଁ

..........ମିଛ ଅପବାଦ ଦେଇ ଜାଣ ଖାଲି

           କଥାକୁ ଗରମ ନିଆଁ । ୧ ।


ଆଶା ଅଭିସାର ଚଳେଇ ଜାଣନି

ବକଟେ ସାଜୁଛ ପିଲା

ପ୍ରେମର ହାଟରେ ନିରୀହ ସଉଦା

ବଢ଼ିଆ କରୁଛ ପାଲା,

ସପନ ଆଖିକୁ ରଗଡ଼ି ଦେଇଛ

ସବୁକୁ ଦିଶୁଛି ଧୂଆଁ

..........ମିଛ ଅପବାଦ ଦେଇ ଜାଣ ଖାଲି

           କଥାକୁ ଗରମ ନିଆଁ । ୨ ।


ମାୟା ମୋହ ଖେଳ ଖେଳିବା ଆଗରୁ

ବୁଝିନ ସରାଗ ମନ

ପୁଣ୍ୟରୁ ପାପକୁ ଓଟାରି ଆଣୁଛ

ବିଚାର ଦେଉଛ ହୀନ,

ବିରହ ଛାଡ଼ିକି ପାଖକୁ ଆସ ହେ

ଧରା ମୁଁ ଚୁମ୍ବନ ଛୁଆଁ

..........ମିଛ ଅପବାଦ ଦେଇ ଜାଣ ଖାଲି

           କଥାକୁ ଗରମ ନିଆଁ । ୩ ।







 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy