STORYMIRROR

Sadananda Sahoo

Romance

2  

Sadananda Sahoo

Romance

ମହତ୍ତ୍ଵ ପୁର୍ଣ୍ଣ ପ୍ରେମ ନିଷ୍ପତି

ମହତ୍ତ୍ଵ ପୁର୍ଣ୍ଣ ପ୍ରେମ ନିଷ୍ପତି

1 min
356

ମୋ ପ୍ରେମ ନିର୍ଣ୍ଣୟ ପୁର୍ଣ୍ଣ ସ୍ଵୟଂପୁର୍ଣ୍ଣ 

    ଜୀବନର  ଅଭିସାର , 

ଏ' ଦୃଢ ନିଷ୍ପତି  ଭାବନାର ଛବି 

    ପରିତ୍ରାଣ   ହୃଦୟର  


ପ୍ରେମ ପାଇଁ ମୋର ଶ୍ରେଷ୍ଠ ସମର୍ପଣ 

    ତ୍ୟାଗ ଅନୁରାଗ ଭାବ , 

ସ୍ଵପ୍ନିଳ ଜୀବନ  ଅନଳ ଦହନ 

    ପ୍ରତିହତ କରେ  ଗର୍ବ  

    

ପ୍ରେମ ଜୀବନର ସୁଖର ସମ୍ପଦ

     ସାଇତି ରଖିବ ପ୍ରିୟା

ପ୍ରେମର ପ୍ରତୀକ  ରକ୍ତର ଗୋଲାପ

    ସୃଷ୍ଟି କରେ ପ୍ରତିକ୍ରିୟା


 ମନଭାବନାରେ ପ୍ରେମ ପରଶରେ

     ସାଉଁଟିବ ପ୍ରେମ ସ୍ମୃତି

ସାଇତି ରଖିବ ସବୁ ସଜ ଫୁଲ 

    ବଢିବ ପ୍ରେମର ଖ୍ୟାତି


ସ୍ଵାର୍ଥପର ସାଜି  ହେବିନି ମୁଁ'ପାଜି 

   ଲାଗିବ କଳଙ୍କ ଟୀକା , 

ସଂସାର ହସିବ  ଅପବାଦ ଦେବ 

    ମନ ପଡ଼ିଯିବ  ଫିକା

    

 ପ୍ରେମ ମନ୍ଦିରରେ ଶୁଭସଞ୍ଜ ବେଳେ

    ଜାଳି ଦେବ ଅର୍ଘ୍ୟ ବତୀ

ପ୍ରେମ ପୂଜାରିଣୀ ମନ ନଵ କିଣି 

    ଅଭୁଲା ରହିବ ସ୍ମୃତି


ପୁନେଇଁରାତିରେ ଜୋଛନା ପ୍ରୀତିରେ 

    ଦେଖିବ ସପନ ବେଶି

 ତାରାଫୁଲ ଦେଖି ପରଖିବ ପ୍ରୀତି

   ମନେମନେ ଦେବହସି


ସୁହାଗ ସିନ୍ଦୁର ପ୍ରୀତିର ସ୍ୱାକ୍ଷର

    ସିନ୍ଥିରେ ନାଇବ ପ୍ରିୟା

ପ୍ରେମହିଁ ସର୍ବସ୍ୱ ଜୀବନ ଆଦର୍ଶ

   ତୁମେହେବ ବନ୍ଦନୀୟା


ପ୍ରେମ ପାଇଁ ଫୁଲ ମୂଲତା' ଅମୂଲ

   ପାଖୁଡ଼ାରେ ସ୍ୱପ୍ନ ଅଶ୍ରୁ

ଅତି ଯତନରେ ଫୁଲ ଚାଙ୍ଗୁଡ଼ିରେ

    ମହ ମହ ଖାଲି ବାସୁ


 ହାତରେ ମେହେନ୍ଦି ନାଇଦେବ ହସି

     କରିବନି ଅଭିମାନ

ପ୍ରେମର ମିଳନ କରେ ଆକଳନ 

    ବିବାହ ବେଦୀର ସ୍ଵପ୍ନ


 ପ୍ରେମ ଫୁଲଟିଏ ମନ ମୋହିନିଏ

   ତୁମପାଇଁ ସମର୍ପଣ

ବଧୂବେଶ ତୁମ ଲାଗିବ ସୁନ୍ଦର

  ତୁମେ ମୋ'  ସପନଜାଣ


ପ୍ରେମ ଋଣ କିଛି ରଖିବନି ବାକି

     ତୁମକୁ ରହିଲା ରାଣ

ମୁଁ' ତୁମ ପ୍ରେମର  ଚରମ ସ୍ୱାକ୍ଷର

    ସୁଝିଦିଅ ପ୍ରିୟା ଋଣ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance