ମହତ୍ୱକାଂକ୍ଷା
ମହତ୍ୱକାଂକ୍ଷା


ଡରୁନାହିଁ ମୁଁ ଶବ୍ଦକୁ
ନା ଡରୁଛି ମୁଁ ଅସ୍ତ୍ରକୁ
ନା ଡରୁଛି ମୁଁ ଶସ୍ତ୍ରକୁ
ଯେତେ ପାରୁଛ ଦିଅ ଆଘାତ
ସହିଯିବି ମୁଁ ସବୁ ପ୍ରହାରକୁ ।।
ମୁଁ ହେଉଛି
ସେହି ଅଭିମନ୍ୟୁ
ଫେରିବି ମୁଁ
ବିଜୟୀ ହୋଇ
ଭାଙ୍ଗି ଚକ୍ରବ୍ୟୁହକୁ ।।
ନା ଛଳ ନା ବଳ
ମିଟାଇ ପାରିବନି ମୋତେ
କୌଣସି ହଳାହଳ ବିଷ
କର ଯେତେ ଚେଷ୍ଟା
ବିଫଳ ହେବ
ତୁମର ସବୁ ପ୍ରୟାସ ।।
ମୁଁ ତ ହେଉଛି
ଏମିତି ଅଗ୍ନି ପିଣ୍ଡଟିଏ
ଭସ୍ମ କରିଦେବି
ସବୁ ଅହଂକାରକୁ ।।
ନା ତନ ନା ମନ
ଥକି ପଡିବିନି
ମୁଁ ଜୀବନରେ
କର ଯେତେ ଚେଷ୍ଟା
ସବୁ ପ୍ରତିବନ୍ଧକୁ ମୁଁ
ହୋଇଯିବି ପାର ।।
ମୁଁ ତ ହେଉଛି
ଏମିତି ଏକ ଜଳଧାର
କାଟି ପର୍ବତ
ପାହାଡର ଚଟାଣ
ବହୁଥିବି ନିରନ୍ତର ।।
ନା ଅପମାନ ନା ସନମ୍ମାନ
ନୁହେଁ ମୁଁ ବିଚଳିତ
ପଚାରି ପାର ମୋତେ
ଅନେକ କଥା
ହୃଦୟରେ ମୋର
ହେବନି ବ୍ୟଥା ।।
ମୁଁ ତ ହେଉଛି
ସେହି ଆଦିତ୍ୟ
ଘନ ଅନ୍ଧକାରକୁ
ଦୂରେଇ ଦେଇ
ନିତି ହେବି ଉଦୟ ।।