STORYMIRROR

Hemanta Patra

Inspirational

3  

Hemanta Patra

Inspirational

ମହତ୍ୱକାଂକ୍ଷା

ମହତ୍ୱକାଂକ୍ଷା

1 min
34

ଡରୁନାହିଁ ମୁଁ ଶବ୍ଦକୁ

ନା ଡରୁଛି ମୁଁ ଅସ୍ତ୍ରକୁ

ନା ଡରୁଛି ମୁଁ ଶସ୍ତ୍ରକୁ

ଯେତେ ପାରୁଛ ଦିଅ ଆଘାତ

ସହିଯିବି ମୁଁ ସବୁ ପ୍ରହାରକୁ ।।

ମୁଁ ହେଉଛି

ସେହି ଅଭିମନ୍ୟୁ

ଫେରିବି ମୁଁ

ବିଜୟୀ ହୋଇ

ଭାଙ୍ଗି ଚକ୍ରବ୍ୟୁହକୁ ।।

ନା ଛଳ ନା ବଳ

ମିଟାଇ ପାରିବନି ମୋତେ

କୌଣସି ହଳାହଳ ବିଷ

କର ଯେତେ ଚେଷ୍ଟା

ବିଫଳ ହେବ                                 

ତୁମର ସବୁ ପ୍ରୟାସ ।।                         

ମୁଁ ତ ହେଉଛି                               

ଏମିତି ଅଗ୍ନି ପିଣ୍ଡଟିଏ                       

ଭସ୍ମ କରିଦେବି                             

ସବୁ ଅହଂକାରକୁ ।।                         

ନା ତନ ନା ମନ                             

ଥକି ପଡିବିନି                              

ମୁଁ ଜୀବନରେ                             

କର ଯେତେ ଚେଷ୍ଟା                          

ସବୁ ପ୍ରତିବନ୍ଧକୁ ମୁଁ                          

ହୋଇଯିବି ପାର ।।                         

ମୁଁ ତ ହେଉଛି                              

ଏମିତି ଏକ ଜଳଧାର  

କାଟି ପର୍ବତ   

ପାହାଡର ଚଟାଣ  

ବହୁଥିବି ନିରନ୍ତର ।।   

ନା ଅପମାନ ନା ସନମ୍ମାନ

ନୁହେଁ ମୁଁ ବିଚଳିତ

ପଚାରି ପାର ମୋତେ

ଅନେକ କଥା

ହୃଦୟରେ ମୋର

ହେବନି ବ୍ୟଥା ।।

ମୁଁ ତ ହେଉଛି

ସେହି ଆଦିତ୍ୟ

ଘନ ଅନ୍ଧକାରକୁ

ଦୂରେଇ ଦେଇ

ନିତି ହେବି ଉଦୟ ।।                           


Rate this content
Log in

Similar oriya poem from Inspirational