Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Dr Simant Kumar Nanda

Inspirational

4  

Dr Simant Kumar Nanda

Inspirational

ମହସତୀ ସାବିତ୍ରୀ ସତୀ ମାନଙ୍କର

ମହସତୀ ସାବିତ୍ରୀ ସତୀ ମାନଙ୍କର

1 min
369



ସତୀ ମାନଙ୍କର କି କୀର୍ତ୍ତି ଶୁଣିବା

ପୁରାଣେ ରହିଛି ପୋତି,

ତାରା, ମନ୍ଦୋଦରୀ, ଅହଲ୍ୟା,କୁନ୍ତୀ ଯେ

ସାବିତ୍ରୀ ସେ ମହାସତୀ l

ମରଣ ମୁହଁ ରୁ ଭିଡି ଆଣିଥିଲେ

ପତିର ଜୀବନ ନାଟି

ସତୀତ୍ୱ ର ସତେ ବାନା ଉଡେଇଛ,

ମହସତୀ ସେ ସାବିତ୍ରୀ ଟି

ସୀତା ଠାକୁରାଣୀ ଅଗ୍ନିଗର୍ଭେ ଗଲେ

ସତୀତ୍ୱ ର ଜୟ ପ୍ରାପ୍ତି

ସତୀ ବୃନ୍ଦାବତୀ ଚରିତ ଶୁଣିଲେ

ପାତକୁ ପାଇବା ମୁକ୍ତି।

ପୁରୁଷ ବୁଝେନି, ସତୀତ୍ୱ ର ଗାଥା

ନାରୀ ଟି ର ମନେ ଦିଏ କେତେ ବ୍ୟଥା

ଅବଳା ଦୁର୍ବଳା ଜ୍ଞାନକରି ତାକୁ

ସମାଜ କୁ ଦିଏ କେତେ ମିଥ୍ୟା ବାର୍ତ୍ତା

ନାରୀ ମାନଙ୍କର ସତୀତ୍ୱ ବଳରେ

ତିଷ୍ଠିଛି ମାନବ ଜାତି

ସତୀ ସାବିତ୍ରୀଙ୍କ ଧୈର୍ଯ୍ୟ ଓ ଦୃଢ଼ତା

ସଂସାର ଗାଡ଼ିର ଗତି

ସାବିତ୍ରୀ ବ୍ରତର ମହା ଉପଦେଶ

ହେଜ ହେ ଭଉଣୀ ଭାଇ

ନାରୀର ସମ୍ମାନେ, ସମାଜ ହିଁ ସୁସ୍ଥ

ଭୁଲିବଟି କେଭେ ନାହିଁ

ପୁରୁଷ ପ୍ରଧାନ ଆମ ପରିବାର 

ନାରୀ ଅଟେ ରୂପ ମାତା ସାବିତ୍ରୀ ର 

ପୁରୁଷ ର ଜନ୍ମ ପୁରୁଷର କର୍ମ

ସବୁ ନାରୀ ଟିର ଅଟଇ ତ ଧର୍ମ ll



Rate this content
Log in

Similar oriya poem from Inspirational