ମହନୀୟତା
ମହନୀୟତା
ଯିଏ ଶାରୀରିକ ଉଚ୍ଚା
ଅଥବା ପଦପଦବୀର ଉଚ୍ଚା
ହୃଦୟରେ ଭାବୁଥାଏ
ହୁଅନ୍ତି କି ଥରଟିଏ ନିଚା
ବିସ୍ତୃତ ଠାରୁ ବିସ୍ତୀର୍ଣ୍ଣ ଯାଏଁ
ଛୁଇଁଯାଆନ୍ତି ଆବୋରି ସଚ୍ଚା
କପଟତା ଛଳନା ଉର୍ଦ୍ଧରେ
ସହୃଦୟତାର ଭରା ଭରା
ସୃଷ୍ଟି କରନ୍ତି ସୁନ୍ଦର ଗୋଲାପ ବଗିଚା
ପାହାଡ଼ ର ଶୀର୍ଷ ରେ ଗଛ ଟିଏ ନଥାଏ
ହ୍ରଦ ଅବା ନଈ ତା ବାଟେ ଧାଉଁଥାଏ
ଦେଖିବାକୁ ସମତଳେ କେତେ ସୁଉଚ୍ଚା
ବାଣ୍ଟିବାକୁ ସଦିଚ୍ଛା ଓ ଜୁଗପତ ଇଚ୍ଛା
ପାହାଡ଼ ପଡ଼ିରହେ ହାତେ ବରଫ ବର୍ଚ୍ଛା
ଶୀର୍ଷ ର ଉପରେ ସେ କେତେ ଏକା
ଜଗନ୍ନାଥ ଯୋଦ୍ଧା ବେଶେ, କେତେ ଉଚ୍ଚା
ଭକ୍ତ ଆଖିରେ ଚନ୍ଦନ ଅର୍ଗଳୀରେ
ଅବା ରଥ ଉପରେ କେତେ ତାଙ୍କ ଚର୍ଚ୍ଚା
ଏତେ ଉଚ୍ଚା ହୋଇକି ବି
ପ୍ରତ୍ୟକ ହୃଦୟରେ ସିଏ ଏକା ଫର୍ଚ୍ଚା
ଉଚ୍ଚା ହୋଇ ଯିଏ ଯେତେ ସଚ୍ଚା
ମହାନତା ନମନୀୟତାରେ ସଭିଁଙ୍କଠୁ ବଛା ।
