STORYMIRROR

Dharmaraj Majhi

Romance

2  

Dharmaraj Majhi

Romance

ମହକ ସେ ପ୍ରୀତିର

ମହକ ସେ ପ୍ରୀତିର

1 min
194


ନିଶିପଦ୍ମା ତୁମେ ବିମୋହିତ କର

ମୁଗ୍ଧ ତୁମ ଆତୁର ପ୍ରତୀକ୍ଷା ପାଶେ

ପ୍ରୀତିଗନ୍ଧା ହୋଇ ମହମହ ବାସେ

ପାରିଛ କି ଜାଣି ସତେ

ମଧୁଛନ୍ଧl ହୋଇ ବନ୍ଧା ପଡ଼ିଅଛି

ଧରିଛ କି ପାରିଛ ମାେତେ


ତୁମ ପ୍ରୀତି ମହକ ହାତ ଠାରି ସତେ

 କାହିଁ ମୋତେ ପାଶେ ଡାକେ

ଚପଳା ପରି ସେ

ଘୁରି ବୁଲୁଥାଏ ମାେ ମନ ଚାରିପlଶେ


ତୁମ ସାନିଧ୍ୟ ପାଇବା ପ୍ରୟାସେ

ନେଇ ଆୟୁଷ ରଜନୀଗନ୍ଧାର

ମହକେ ମୁଁ ପ୍ରତି ରାତି

ପାରିଛ କି ଧରି ପରିବାପଣରେ

ମୁଁ କେବେ କଙ୍କି ଆଉ ପ୍ରଜାପତି


ଲକ୍ଷ୍ୟ ହୋଇ ମୁଁ ଚାହିଁ ବସି ଅଛି

ତୁମ ଆସୁଥିବା ପଥେ

ଦିଶାହରା ପ୍ରାୟ ହୁଅ ଆନମନା

ମୁଁ ତ ମହମହ ହୋଇ ବାସେ


ତୁମେ ଖୋଜ ମୋତେ ଶାମୁକା ବୁକୁରେ

ମୁକ୍ତା କିବା ସତେ ମୁହିଁ

ଖୋଜ ପୁଣି ମୋତେ ଚାନ୍ଦିନୀ ରାତିରେ

ସତେ ଅବା ମୁଁ ଚାନ୍ଦ ମୁଁହି

ଅନ୍ଧାର ଗଳିରେ ଖୋଜ କାହିଁ ମୋତେ

 ଆଲୋକର ପର୍ବ ପାଇଁ


ଖୋଲି ଦିଅ ସାଥୀ ଦୃଦୟ ଝରକା

ପ୍ରେମମୟ ହେଉ ପ୍ରୀତି,

ଜଳୁଛି ନୀରବେ ଧୂପଟିଏ ହୋଇ

ଖୋଜ କାହିଁ କସ୍ତୁରୀ ତୁମେ ସାଥୀ

ମୁଁ ଆଉ ଏବେ ମୁଁ ହୋଇ ନାହିଁ 

ମୁଁ ତ ବିଗତ ଦିନର ଚିଠି


ତୁମେ ଏବେ

ବନ୍ୟା ସେ ସ୍ମୃତିର

ମହକ ସେ ପ୍ରୀତିର !!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance