ମହକ ସେ ପ୍ରୀତିର
ମହକ ସେ ପ୍ରୀତିର
ନିଶିପଦ୍ମା ତୁମେ ବିମୋହିତ କର
ମୁଗ୍ଧ ତୁମ ଆତୁର ପ୍ରତୀକ୍ଷା ପାଶେ
ପ୍ରୀତିଗନ୍ଧା ହୋଇ ମହମହ ବାସେ
ପାରିଛ କି ଜାଣି ସତେ
ମଧୁଛନ୍ଧl ହୋଇ ବନ୍ଧା ପଡ଼ିଅଛି
ଧରିଛ କି ପାରିଛ ମାେତେ
ତୁମ ପ୍ରୀତି ମହକ ହାତ ଠାରି ସତେ
କାହିଁ ମୋତେ ପାଶେ ଡାକେ
ଚପଳା ପରି ସେ
ଘୁରି ବୁଲୁଥାଏ ମାେ ମନ ଚାରିପlଶେ
ତୁମ ସାନିଧ୍ୟ ପାଇବା ପ୍ରୟାସେ
ନେଇ ଆୟୁଷ ରଜନୀଗନ୍ଧାର
ମହକେ ମୁଁ ପ୍ରତି ରାତି
ପାରିଛ କି ଧରି ପରିବାପଣରେ
ମୁଁ କେବେ କଙ୍କି ଆଉ ପ୍ରଜାପତି
ଲକ୍ଷ୍ୟ ହୋଇ ମୁଁ ଚାହିଁ ବସି ଅଛି
ତୁମ ଆସୁଥିବା ପଥେ
ଦିଶାହରା ପ୍ରାୟ ହୁଅ ଆନମନା
ମୁଁ ତ ମହମହ ହୋଇ ବାସେ
ତୁମେ ଖୋଜ ମୋତେ ଶାମୁକା ବୁକୁରେ
ମୁକ୍ତା କିବା ସତେ ମୁହିଁ
ଖୋଜ ପୁଣି ମୋତେ ଚାନ୍ଦିନୀ ରାତିରେ
ସତେ ଅବା ମୁଁ ଚାନ୍ଦ ମୁଁହି
ଅନ୍ଧାର ଗଳିରେ ଖୋଜ କାହିଁ ମୋତେ
ଆଲୋକର ପର୍ବ ପାଇଁ
ଖୋଲି ଦିଅ ସାଥୀ ଦୃଦୟ ଝରକା
ପ୍ରେମମୟ ହେଉ ପ୍ରୀତି,
ଜଳୁଛି ନୀରବେ ଧୂପଟିଏ ହୋଇ
ଖୋଜ କାହିଁ କସ୍ତୁରୀ ତୁମେ ସାଥୀ
ମୁଁ ଆଉ ଏବେ ମୁଁ ହୋଇ ନାହିଁ
ମୁଁ ତ ବିଗତ ଦିନର ଚିଠି
ତୁମେ ଏବେ
ବନ୍ୟା ସେ ସ୍ମୃତିର
ମହକ ସେ ପ୍ରୀତିର !!

