STORYMIRROR

Shreeman Anshuman Priyadarshee

Abstract Classics Others

4  

Shreeman Anshuman Priyadarshee

Abstract Classics Others

ମହିସା ମର୍ଦ୍ଧିନି ଆସୁଛି

ମହିସା ମର୍ଦ୍ଧିନି ଆସୁଛି

1 min
257

ପ୍ରକୃତି କୋଳରେ କାଶତଣ୍ଡି ଫୁଲ

ଖୁସି ମନେ ନାଚ କରୁଛି,

ଶ୍ଵେତ ଶାଢ଼ୀ ପିନ୍ଧି ମାଟି ମାଆ

ଆହା କି ସୁନ୍ଦର ଦିଶୁଛି।।


ମାଆ ଆସିବା ଲାଗି ଭକ୍ତଙ୍କ ମନ

ଉତ୍କଣ୍ଠାରେ ଭରି ରହିଛି,

ମାଆଙ୍କୁ ସ୍ଵାଗତ କରିବା ପାଇଁକି

ଧରଣୀ ସଜାଇ ହଉଛି।।


ଶରତର ଆକାଶରେ ରୂପା ଜହ୍ନ

ଶାନ୍ତି ମୈତ୍ରୀର ବାର୍ତ୍ତା ଦଉଛି,

ସାରା ଜଗତର ଦୁଃଖ ହରିବା ପାଇଁ

ମାଆ ମହିସା ମର୍ଦ୍ଧିନି ଆସୁଛି।।


ଶଙ୍ଖ,ଘଣ୍ଟ,ବାଜା,ମହୁରୀ ଧ୍ଵନିରେ

ଏ ସମଗ୍ର ମେଦିନୀ କମ୍ପୁଛି,

ଚନ୍ଦନ କର୍ପୂର ଗନ୍ଧେ ଗାଁ ରୁ ସହର

ଚାରି ଦିଗ ମହକି ଉଠୁଛି।।


ଅନ୍ୟାୟ ଅନିତି ହାରିଯିବ ଏବେ

ନ୍ୟାୟର ହେବ ଜୟ,

ଅସତ୍ୟ ଦୁର୍ନୀତି କିଛି ରହିବନି

ଅଧର୍ମର ନଥିବ ଭୟ।।



Rate this content
Log in

Similar oriya poem from Abstract