STORYMIRROR

Gouttam kachim

Inspirational

3  

Gouttam kachim

Inspirational

ମହିଳା ଦିବସେ ନାରୀ ଙ୍କୁ ପ୍ରଣାମ

ମହିଳା ଦିବସେ ନାରୀ ଙ୍କୁ ପ୍ରଣାମ

1 min
747

ଜନନୀ ଭଗିନୀ କାମିନୀ ରୁପୀଣି,

ପୂଜନୀୟା ନାରୀ ଙ୍କୁ,

ସସମ୍ମାନେ ହୃଦୟ ରୁ ପ୍ରଣାମ।

ନାରୀ ମାଁ ରୂପରେ ଜନ୍ମ ଦିଏ ସନ୍ତାନ,

ଅଜାଡ଼ି ଦିଏ ଅଜସ୍ର ମମତା,

ଦୁନିଆରେ କେହି ନୁହଁନ୍ତି ତୁଳନିୟ,

ସେ ସତରେ ସ୍ୱର୍ଗଠୁ ଗରୀୟାନ,

ତାର ଚରଣଯୁଗଳେ ସସମ୍ମାନେ ହୃଦୟ ରୁ ପ୍ରଣାମ।

ନାରୀ ଭଗ୍ନୀ ରୂପରେ ବାନ୍ଧି ଦିଏ,

ରାକ୍ଷୀ ରୁପି ମମତା ର ବନ୍ଧନ,

କରୁଥାଏ ଭାଇ ପାଇଁ ଶୁଭ ମନସ୍କାମ,

ଭାଇ ପାଇଁ ଅଜାଡ଼ି ଦିଏ ଅଜସ୍ର ମମତା,

ସେ ଭାଇ ପାଇଁ ମହାନ,

ତାକୁ ସସମ୍ମାନେ ହୃଦୟରୁ ପ୍ରଣାମ।

ନାରୀ ଜାୟା ରୂପରେ ହୁଏ ଅର୍ଦ୍ଧାଙ୍ଗିନୀ,

ସାଜେ ନିଜ ଅଙ୍କ ସାଇନି,

ପରଘରୁ ଆସି ଶାଶୁ ଘରକୁ କରି ନିଏ ନିଜର,

ସହିଯାଏ କେତେଯେ ଯନ୍ତ୍ରଣା,

ଝରାଇ ନିଜ ନୟନରୁ ଲୁହ,

ପିଇ ଯାଏ ଅଶ୍ରୁ ସବୁ ଏବଂ ଦିଏ, ସନ୍ତାନ ସନ୍ତତି,

ପୁଣି ଅନେକ ମମତା,

ସେ ସ୍ବାମୀ ଓ ପରିବାର ପାଇଁ ମହାନ

ତାକୁ ସସମ୍ମାନେ ହୃଦୟ ରୁ ପ୍ରଣାମ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational