ମହିଳା ଦିବସ
ମହିଳା ଦିବସ


ରାସ୍ତା କଡ଼ରେ ଚିରା ଫଟା ଲୁଗା ଗୁଡ଼ାଇ
ଲଙ୍ଗଳା ଖ୍ୟୁଧାର୍ଥ ଛୁଆ କୁ କାଖେଇ
ଝୁମ୍ପୁରା,ନୁଖୁରା ମୁଣ୍ଡ ରେ ଛିଦ୍ର ଥାଳି ଧରି ଆହାର
ଯୋଗାଡ଼ ପାଇଁ ବ୍ୟସ୍ତ ତା ଛୁଆର,
ନିଜେ ଭୁଲି ଯାଇ ଥାଏ
ତା ନିଜର ଭୋକ ।
ପ୍ରତ୍ୟେକ ଗଳି, ଜନ ଗହଳି ଛକ,ରେଳ ଷ୍ଟେସନ,ବସ୍ ଷ୍ଟପ୍ ରେ
କେତେ ଯେ ମମତା ମୟୀ ବୁଭୁଖ୍ୟୁ ଘୁରି ବଲୁଛନ୍ତି ଏମିତି,
ଖାଦ୍ୟ ଖୋରାକ ପାଇଁ
କଠୋର ଦୁନିଆ ରେ ନିଶ୍ବାସ ସୁଦୀର୍ଘ କରିବା ନିଶା ରେ ।
ହଜି ଯାଇ ଥାଏ ପୁରୁଷ ଙ୍କ ପୁରୁଷ ପଣିଆ , ଲୋଲୁପ ଚାହାଣି ଦ୍ଵାରା
କଳଙ୍କିତ କରିବା କୁ ବି ପଛାନ୍ତି ନାହିଁ ,
ନିସ୍ତବ୍ଧ ତା ଭିତରେ ନିଶ୍ଚିହ୍ନ କରି।
ବିଚ୍ ବଜାରରେ ଇଜ୍ଜତ
ହଜାଉଥିବା କାହା ଅବଳ।,
ଦୁଷ୍କର୍ମ ଶିକାର ହେଲା ପରେ ତାକୁ ସୁରକ୍ଷା ଦେବା ନାଆଁ ରେ ଖିନ୍ ଭିନ୍ କରୁଥିବା ଗୋଷ୍ଠୀ
ମହିଳା ଙ୍କ ସୁରକ୍ଷା ଦେବା ନାଆଁ ରେ ଦୋଷୀ
ସୁରକ୍ଷା ନୀତି ,
ନ୍ୟାୟ ପାଇବା ଚକ୍କର ରେ ଆରପାରି ଯାଉ ଥାନ୍ତି ସଂସାର
ଛାଡି, ତଥାପି
ବିଶ୍ଵ ମହିଳା ଦିବସ ଧୁମ୍ ଧାମରେ ପାଳନ କରାଯାଏ ।
ମହିଳା ସୁରକ୍ଷା, ମହିଳା ସଶକ୍ତିକରଣ ନୀତି ଲମ୍ବି ଚାଲି ଥାଏ,
ଇତିହାସ ପୃଷ୍ଠା ଓଲଟାଇ
ଲେ ରାଣୀ ଲକ୍ଷ୍ମିବାଇ ଙ୍କ ଅଦମ୍ୟ ସାହାସ ସୋର୍ଯ୍ୟ
ଗୋଟି ଗୋଟି ହୋଇ ଅବଲୋକନ ହୋଇଯାଏ , ସେ ପରାକାଷ୍ଠା ଆଜି ପୁଣି ଉଜ୍ଜୀବିତ ହେବା ଦରକାର ।
କିନ୍ତୁ ସଫଳତା ର ଶୀର୍ଷ ରେ ଇନ୍ଦିରା , କଳ୍ପନା ଚାଉଲା ଭଳି ମହିୟସୀ ମହିଳା
ଉଦାହରଣ ହୋଇ ଥିଲେ ମଧ୍ୟ
ମହିଳା ବାଦ୍ ପଡେନି ସୋଷିତ ହେବାକୁ , ଦୁଷ୍କର୍ମ ଶିକାର ହେବାକୁ ,
ସଭ୍ୟ ସମାଜ ଜାଣେ
ନାରୀ ନାରାୟଣୀ,ଦୁର୍ଗା,
କାଳୀ,ତାରା, ସୀତା ମାତା ।
ଯୁଗେ ଯୁଗେ ମମତା ଆଳ ରେ ନିଷ୍ପେସିତ
ସଚେତନ ସମାଜ ଆହୁରି ଜାଗ୍ରତ ହେବା ଉଦ୍ୟମ
ରାଜା ରାମ ମୋହନ ଙ୍କ
ଭଳି ଉନ୍ନତ ପତିମାର୍ଜିତ
ବ୍ୟକ୍ତିତ୍ଵ ଓ ସୁଦୃଢ ମହିଳା ସୁରକ୍ଷା ନୀତି ଆବିର୍ଭାବ ନିହାତି ଲୋଡା
ବିଶ୍ଵ ମହିଳା ଦିବସ ପାଳନ ଅବକାଶ ରେ।