ମହାଯୋଗୀ
ମହାଯୋଗୀ
ଶୀତର ପରଶେ
ଆକାଶୁ ପିୟୁଷ
ପଡିଲା ଝରି
ଦୁର୍ବାଦଳ ପରେ
ଝଲମଲ କରେ
ଅରୁଣ ରାଗରେ ଭିଜି l
ସେଇ ଲଗନରେ
ମଗନ ବେଳାରେ
ତତେ ମୁଁ ଦେଖିଲି ସଖୀ
ତୋ'ର ମୋହିନୀ ରୂପରେ
ମନ ମୋହିନେଲୁ
ହଜିଲା ମୋହର ସ୍ଥିତି l
ଲଗନ ସରିଲା
ମଗନ ତୁଟିଲା
ରଚିଲୁ ତୁ କେଉଁ ମାୟା
ସେଇ ମାୟା ଲୋଭେ
ଘୁରି ଘୁରି ସଖୀ
ଖୋଜୁଅଛି ମୁହିଁ
ତୋ ମନ ଗହନ କଥା l
ସେଇ ଦିନୁ ସଖୀ
ଯାହା ଥିଲି ମୁହିଁ
ଏବେ ଆଉ ତାହା ନାହିଁ
ଜାଣିଥା ଗୋ ସଖୀ
ତୋ ପାଇଁ ମୁହିଁ
ସହସ୍ର ବରଷ
ଜପତପ କରି
ମହାଯୋଗୀ ହୋଇଯିବି l

