ମହାସତୀ ସାବିତ୍ରୀ
ମହାସତୀ ସାବିତ୍ରୀ
ହେ ସାବିତ୍ରୀ ତୁମରି ଚରଣେ ମୋର
ପ୍ରଣତି
ତୁମେ ବୋଲାଉ ଅଛ ସଂସାରରେ
ମହାସତୀ
ସତ୍ୟବାନଙ୍କୁ ତୁମେ ବିବାହ କରିଥିଲ
ତୁମ ପତି ବ୍ରତା ଧର୍ମ କେବେ
ନ ଛାଡିଲ
ତୁମେ ପରା ସତ୍ୟବାନ ସାଥେ ସାଥେ ରହିଥିଲ
ଯମ ରାଜାଙ୍କୁ ସନ୍ତୁଷ୍ଟ କରି ବର ମାଗିଥିଲ
ଦୁହିତା ହୋଇ ଦୁଇ କୁଳକୁ ଉଦ୍ଧାର କରିଲ
ତୁମରି କିରତି ସଂସାରେ ରଖିଥିଲ
ସତ ପୁତ୍ରର ଜନନୀ ହେବାକୁ ମାଗିଥିଲ ବର
ଯମ ରାଜାଙ୍କ ଠାରୁ ଫେରାଇ ଆଣିଲ ସତ୍ୟବାନଙ୍କୁ ତୁମର
ମହା ସତୀ ରୂପେ ହୋଇଲ ବିଖ୍ୟାତ
ଯୁଗେ ଯୁଗେ ପୁଜିବ ତୁମକୁ ଜଗତ ।
