STORYMIRROR

Pranati Jena

Inspirational

4  

Pranati Jena

Inspirational

ମହାର୍ଘ୍ୟ ଚେତନା

ମହାର୍ଘ୍ୟ ଚେତନା

1 min
252

ଆତ୍ମୀୟ ଯେ ଥିବେ ପରିଚୟ ଥିବ

ପିତା ମାତା ଶ୍ରଦ୍ଧା କାହିଁ 

ଆସୁଥିବା ଲୁହ ହୃଦୟ କହିବ

ସ୍ନେହେ ନ ଝରିବା ପାଇଁ.....


ଅତୀତର ସ୍ମୃତି ଅମୀୟ ବିଭୁତି

ହଜେନାହିଁ ଜୀବନରୁ 

ମୁଖଦେଖି ଯିଏ ହୃଦୟ ପଢ଼ନ୍ତି

ରକ୍ତ ମାଂସ ହୃଦୟରୁ.....


ବୟସ ଗଡିବ ଜୀବନ ସରିବ

ଭୁଲିକି ହୋଇବ ତାଙ୍କୁ 

ଆତ୍ମାର ଈଶ୍ୱର ଆତ୍ମା ଝୁରୁଥିବ

ପ୍ରତି ମୁହୂର୍ତ୍ତ ପୂଜ୍ୟଙ୍କୁ.....


ଚଳନ୍ତି ଠାକୁର ବାପା ମାଆ ପରା

ଯାହା ଦିଅନ୍ତି ସେ କହି 

ନିଶ୍ଚୟ ଫଳଇ ଭାଗ୍ୟର ସେ ଧାରା

ଅନ୍ୟଥା କେବେ ନୁହଁଇ...


ପିତା ମାତା ସେବାର ସର୍ବ ସୌଭାଗ୍ୟ

ଯାହାର ହୃଦୟେ ଥାଏ 

ତାହାଠାରୁ ଧନୀ ସଂସାରେ ସୁଭାଗ୍ୟ

କାହିଁ ଏ ଭବେରେ କିଏ...??


ପ୍ରତି ଯୁଗେ ତାହା ରହିଅଛି ଲେଖା

ରାମାୟଣ ପାରାୟଣ 

ଭଗବାନ ହୋଇ ଭଗବତ ଗୁଣ

ଜଗତ ଗୌରବ ଫୁଣ....


ଓଠେ ହସ ତାଙ୍କ ସର୍ବ ସମ୍ପଦର

ଧନୀ କରେ ହୃଦୟରୁ 

ସବୁ ଭୁଲି ତାଙ୍କ ସେବା ପ୍ରସାଦର

ମହାର୍ଘ୍ୟ ଚେତନା ଭରୁ.... 



Rate this content
Log in

Similar oriya poem from Inspirational