Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Niranjan Mishra

Inspirational

4  

Niranjan Mishra

Inspirational

ମହାପ୍ରଭୁଙ୍କର ବାଙ୍କଚୂଡ ବେଶ

ମହାପ୍ରଭୁଙ୍କର ବାଙ୍କଚୂଡ ବେଶ

1 min
286


କାର୍ତ୍ତିକ ମାସର ଶୁକ୍ଳ ପକ୍ଷର

ଦ୍ୱାଦଶୀ ତିଥି ଆସିଲା

ମହାପ୍ରଭୁଙ୍କର ବାଙ୍କଚୂଡ ବେଶ

ଆଜି ଏ ଦିନରେ ହେଲା ।


ପ୍ରଭାତର ଅବକାଶ ସରିଗଲା

ଯେବେ ମହାପ୍ରଭୁଙ୍କର

ଜଗନ୍ନାଥ ବଳଭଦ୍ର ଦୁଇ ଭାଇ

ଏ ବେଶ ହେଲେ ସତ୍ୱର ।


ଦୁଇ ଭାଇଙ୍କର ମସ୍ତକେ ଚନ୍ଦ୍ରିକା

ଚୂଳ ପାଉଛନ୍ତି ଶୋଭା

ଦକ୍ଷିଣ ଦିଗକୁ ଖୋସା ପଡିଅଛି

ଦିଶେ କେଡେ ମନଲୋଭା ।


ଖୋସା ଅଗ୍ରଭାଗେ ସୁବର୍ଣ୍ଣର କିଆ

ରହିଅଛି ଖଞ୍ଜା ହୋଇ

ଭକତ ଜନଙ୍କ ମନ ମୋହୁଛନ୍ତି

ଏ ବେଶରେ ବେନି ଭାଇ ।


ସୋଲ ଜରି ଜମ୍ବୁରା କଇଥ ଅଠା

ଲାଗି ହୋଇଛି ଏ ଚୂଳ

ସୁବର୍ଣ୍ଣ ଶ୍ରୀଭୂଜ ଶ୍ରୀପୟର ଲାଗି

ହୋଇଛନ୍ତି ଆଦିମୂଳ ।


ମହଣ ମହଣ ସୁନାରେ ଶୋହନ୍ତି

ଦେଖ ଏ ବେନି ଭାଇଙ୍କୁ

ଶ୍ରୀଭୂଜରେ ଶଙ୍ଖ ଚକ୍ର ଜଗନ୍ନାଥ

ହଳ ମୂଷଳ ବଳୀଙ୍କୁ ।


ବାମନ ସ୍ୱରୂପ ଗେଡା ଦିଶୁଛନ୍ତି

ଭକତ ବାନ୍ଧବ ଦେଖ

ନୂଆ ନୂଆ ବେଶ ଧରି ଦେଖା ଦେଇ

ହରନ୍ତି ଦୁଃଖୀଙ୍କ ଦୁଃଖ ।


ଦ୍ୱାପର ଯୁଗରେ ଗୋପିଙ୍କୁ ମୋହିଲେ

ଯେ ରୂପେ ବାଙ୍କ ଚୂଳିଆ

ତ୍ରିଭଙ୍ଗୀ ଠାଣିରେ ଆଜି ସେହି ରୂପେ

ଦେଖ ହୋଇଛନ୍ତି ଠିଆ ।


ବାଳଧୂପ ଶେଷ ହେବା ଯାଏଁ ସିନା

ରହିବ ପ୍ରଭୁଙ୍କ ବେଶ

ମନ ମୀନ ମୋର ତବ ପଦ୍ମପାଦେ

ରଖ ପ୍ରଭୁ ପୀତବାସ ।


Rate this content
Log in

Similar oriya poem from Inspirational