STORYMIRROR

Sambit Srikumar

Inspirational

4  

Sambit Srikumar

Inspirational

ମହାପ୍ରଭୁ

ମହାପ୍ରଭୁ

1 min
195


ପୁଣ୍ୟ ନୀଳାଚଳେ ଆଜି ତୁମ୍ଭ ରଥଯାତ

ବହୁ ଦୂରେ ଝୁରି ମରେ ମୁଁ ଛାର ପତିତ

ମୋର ଭାଗ୍ୟ ଡୋରି ତୁମ ହସ୍ତେ ବନ୍ଧା

ମୁଁ ଯେ କାମିନୀ କାଞ୍ଚନ ମୋହରେ ଛନ୍ଦା!!


ଷଡରିପୁ ମୋତେ କରିଅଛି ଗ୍ରାସ

ଧର୍ମ ଧାରଣାରୁ ତୁଟିଛି ବିଶ୍ୱାସ

ଦଣ୍ଡେ ଜୀଇଁବାକୁ କରୁଛି ପ୍ରୟାସ

ଏଇ ଅକିଞ୍ଚନେ କରିଲ କି ରୋଷ??


ଆହେ କୃପାସିନ୍ଧୁ କରୁଣା ସାଗର

ପାରିକର ମୋତେ ଏ ଭବ ପାରାବାର

ପାପ ପାଇଁ ମୋର ତୁମେ ଦଣ୍ଡିପାର

ଏ ଦୀନଜନକୁ କର ନାହିଁ ପର!!


ତବ ଚରଣ କମଳେ ଏକଇ ମିନତି ମାତର

ତୁମ୍ଭ ପାଶେ ଥାଉ ମୋର ମତି ନିରନ୍ତର!!


Rate this content
Log in

Similar oriya poem from Inspirational