Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bharatabandhu Biswal

Inspirational

4  

Bharatabandhu Biswal

Inspirational

ମହାପର୍ବ

ମହାପର୍ବ

1 min
219



ଆସୁଛି ଆଗକୁ ଫଗୁଣ ପୁନେଇଁ

ରଙ୍ଗର ପରବ ହୋରି

ନାଚିବା ଗାଇବା ଖେଳିବା ଅବିର

ରଙ୍ଗ ପିଚକାରୀ ମାରି ।


ନାଲିଆ ନେଳିଆ ହଳଦୀ ଶାଗୁଆ

କଳାଧଳା ବାଇଗଣି

ହେବା ଏକାକାର ବୋଳିହୋଇ ରଙ୍ଗ

ଭିନ୍ନତା ହେବନି ଜାଣି ।


ମିଳନର ପର୍ବ ବସନ୍ତ ଉତ୍ସବ

ଆନନ୍ଦ ଉଲ୍ଲାସ ମନ

ଭୁଲି ଭେଦଭାବ ପର ଆପଣାର

ସର୍ବେ ଏକମନ ପ୍ରାଣ ।


ମାଆ ଧରଣୀର ସନ୍ତାନ ସରବେ

ସଭିଏଁ ଭଉଣୀ ଭାଇ

ହେବା ଆଗୁସାର ହାତେ ରଖି ହାତ

ମୁହଁ ରେ ହସ ଫୁଟାଇ ।


ଶାନ୍ତି ମୈତ୍ରୀ ପ୍ରୀତି ସହ ଅବସ୍ଥାନ

ପ୍ରଗତିର ମୂଳମନ୍ତ୍ର

ମହାନ ବାରତା ଦିଏ ମହାଶିକ୍ଷା

ମିଳନର ମହାପର୍ବ ।


  ---------



Rate this content
Log in

Similar oriya poem from Inspirational