ମହାନିର୍ବାଣ
ମହାନିର୍ବାଣ
ତମ ସ୍ମୃତି ଝୁରେ ବୋଲି
ହଳାହଳ ପିଇଛି
ଜାଣେନି ମୁଁ ଗରଳ
ପିଇବାକୁ ଜୀବନ ଯାତ୍ରାରେ
କେବେ ସାଜିବାକୁ ପଡେ ନୀଳକଣ୍ଠ
ସ୍ମୃତି ନୁହେଁ ହଳାହଳ ଗରଳ
ହେଲେ ବି ତ ଝୁରେ
ଜାଣିଛି ଜୀବନ ଲୋଭନୀୟ
ମୃତ୍ୟୁ ଅନିର୍ଵାର୍ଯ୍ୟ
ଜୀବନ ମରଣର ବାଘଯନ୍ତା
ବଞ୍ଚିବାର ମୋହ କେବେ ଖୋଜେ ନିର୍ବାଣ
କେବେ ଖୋଜେ ମହାନିର୍ବାଣ
ଶବ ହେଲା ପରେ କିଛି ମାନେ
ନଥାଏ, ଜିଁବା, ମରିବାର ।