STORYMIRROR

Prafulla Chandra Mishra

Inspirational

4  

Prafulla Chandra Mishra

Inspirational

ମହାନାୟକ

ମହାନାୟକ

1 min
23.2K


ନାୟକରୁ ଏବେ ମହାନାୟକ ମୁଁ ସେବାର‌ ଶପଥ ନେଇ

ସେପାଇଁ ମୁଁ ଗୋଟେ ସଂଘ ଗଢିଅଛି ସେବା କରିବାର ପାଇଁ

ଦେଶ ଜୟ ଗାନେ ପ୍ରକମ୍ପିତ ହୁଏ ମୋର ଏ ଇଲାକା ସାରା  

ସବୁଠାରେ ଦେଶ ବିଜୟ ପତାକା ଉତ୍ତୋଳନେ ହସେ ଧରା ।।


ୟେ ବିଶାଳ ଭୂଖଣ୍ଡ ଗଣତନ୍ତ୍ର ମନ୍ତ୍ରେ ଅଭିମନ୍ତ୍ରିତ ଦେଖ 

ନଥାଉ ପଛକେ ଶିରଭୂଷା ଶିରେ ନଥାଉ ମୋ ରାଜ ଯୋଗ  

ଜନ ସମାଜକୁ ସଂଗଠିତ କରି ଶତ୍ରୁ ଗରବ ଗରିମା

ଭାଂଗିବି ଦେଶ ହୀତେ ଜନ ସ୍ଵର୍ଥେ ଥିବ ଯେତେ କଳା କାଳିମା ।।


ମାନବରୁ ଏବେ ଜନ ନାୟକ ମହାନାୟକ ମୁଁ ହୋଇବି

ଦେଶମାତୃକାର ଅମୃତ ସନ୍ତାନ ସତ୍ୟ, ଶାନ୍ତି କୁ ଖୋଜିବି  

ମହାନାୟକ ର ଭୂମିକା କଠିନ ପରିସ୍ଥିତି ପରିଶ୍ରମ

ସମଦରଶି, ଯେ' ଜନ ସମାଜରେ ସମ୍ପାଦଇ ପୁଣ୍ୟ କର୍ମ ।।


ଏହି ମୋ ସଂଘର ଦିବ୍ୟ ଦର୍ଶନ ଦେଶ ମାତୃକାର ସେବା

ଏହି ସଂଗଠନ ସମାଜ ଗଠନେ ଅନିର୍ବାଣ ଦୀପଶିଖା  

ଏଇ ଦେଶ ମୋ ଭାରତ ବର୍ଷ ଏବେ ମହାନାୟକ ମୁଁ ତାର

ମୋ ଆଗରେ ଦେଖ ଅନେକ ଜନତା ପ୍ରସସ୍ତି ଗାନେ ମୁଖର ।।


ସଂଘ ଯେ ମୋର ପ୍ରାଥମିକ ଶିକ୍ଷା ସତ୍ୟ,ଧର୍ମ, ଶାନ୍ତି ବାରତା

ବାଣ୍ଟିବାକୁ ବାଟ ଦେଖାଇ ଦେଇଛ ଆହେ ପ୍ରଭୁ ବିଶ୍ଵ କରତା  

ଆସ ଜନସଂଘ ବିଶାଳ ହୃଦୟ ବିଶାଳ ମନ ତୋ ନେଇ

ମୋ ସହ ସର୍ବେ ଜୟ ଭାରତ ସ୍ଵାଗତ ସଂଗୀତ ଉଠ ଗାଇ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational