STORYMIRROR

Binodini Dash

Inspirational

4  

Binodini Dash

Inspirational

ମହାନ ମୋ ସଂସ୍କୃତି

ମହାନ ମୋ ସଂସ୍କୃତି

1 min
412


(ଛନ୍ଦ-ସିନ୍ଧୁକାମୋଦୀ)


ପରବପର୍ବାଣି କଳାଧନ ବୁଣି

ଗାଇ ବିଜୟର ଗୀତି

ମୋ ଦେଶ ଭାରତ ଧରାରେ ମହତ

ଅମୂଲ୍ୟ ତାର କୀରତି

ମହାନ ମୋ ସଂସ୍କୃତି

ଯେଉଁଠାରେ ଦାରୁବ୍ରହ୍ମ ଜଗନ୍ନାଥ

ସଦା ଲୀଳା କରୁଛନ୍ତି

ଭକ୍ତ ମନରେ ଜଗାଇ ଭକ୍ତି ।


ପରବପର୍ବାଣି ବାରମାସ ପାଳି

ଉତ୍କଳୀୟ ମହାନତା

ପ୍ରତି ଅଗଣାରେ ମହମହ ବାସି

ବଢ଼ାଇ ଆମ ଅସ୍ମିତା

ତୋଳଇ ଜୟ ଜୟ

ରଥଯାତରାରେ ଜଗଜ୍ଜନ ଡାକି

ସର୍ବଧର୍ମ ସମନ୍ବୟ

ଛୁଟେ ଶ୍ରୀକ୍ଷେତ୍ରେ ଜନତା ସୁଅ ।


ନୃତ୍ୟ, ଗୀତ, ଚିତ୍ରକଳା, ଚାରୁକଳା, 

ହସ୍ତଶିଳ୍ପ, ଲୋକକଳା

ଭାସ୍କର୍ଯ୍ୟ ଶିଳ୍ପାଦି ଅଶେଷ କଳାରେ

ମୋ ଦେଶ କୀରତି ବୋଳା

ସତେ କି ଧନ ଖଣି

ତା'ର ଉତ୍ତୋଳନେ ମିଳେ ଖାଦ୍ୟ ବସ୍ତ୍ର

ଅଶେଷ ରାହାର ମଣି

ଯାହା ତେଜସ୍କ୍ରିୟ ଏ ଅବନୀ ।


Rate this content
Log in

Similar oriya poem from Inspirational