Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kalyani Nanda

Inspirational

3  

Kalyani Nanda

Inspirational

ମହାନ୍ ମୋ ଭାରତ ଭୂଇଁ

ମହାନ୍ ମୋ ଭାରତ ଭୂଇଁ

1 min
141


         

    

               


    କିରୀଟ ସମ ସଜ୍ଜିତ ହିମବନ୍ତ,

    ସାଗର ଲହରୀ ଧୈ|ତ ଚରଣ,

    ସବୁଜ ବନାନୀ ଶୋଭିତ ଭାରତ,

    ଅତୀତ ଗୈ|ରବେ ଗର୍ବିତ ଭାରତ,

    ସତ୍ୟ,ଧର୍ମର ଦେଶ ମୋ ଭାରତ।।


    ଯୁଗେ ଯୁଗେ ଶାନ୍ତିପ୍ରିୟ,ନୀତି ପ୍ରିୟ,

    ମାଁ ମାଟି ପାଇଁ ଦେଇ ବଳିଦାନ,

    ଭାରତ ମାଁ ର ଶୂରବୀର ସନ୍ତାନ,

    ଗୈ|ରବମୟ ଜ୍ଞାନ,ଗାରିମା ର ଦେଶ,

    ଅପାଶୋରା,ଅଭୁଲା ତା ଇତିହାସ,

    ଶ୍ରୀରାମ, କୃଷ୍ଣ,ବୁଦ୍ଧ, ଗାନ୍ଧୀ ଙ୍କ ଦେଶ,

    ମହାନ୍ ମୋ ସର୍ବଧର୍ମର ଭାରତବର୍ଷ।।


   ବାହ୍ୟ ଶତ୍ରୁର ଘନଘନ ଆକ୍ରମଣ,

   ମାଁ ମାଟିର ରକ୍ଷଣ,ବୀରର ଶ୍ରେଷ୍ଠ ଧର୍ମ,

   ଧର୍ମ , ସଂସ୍କୃତି, ପରମ୍ପରା ର ଭାରତ,

   ସତ୍ୟ, ଅହିଂସା,ଦୟା,କ୍ଷମା ର ଦେଶ,

   ଭର୍ତ୍ତୃହରି, ଆର୍ଯ୍ୟଭଟ୍ଟ,ଚରକ ସମ,

   ଜ୍ଞାନୀ,ଗୁଣୀ,ଋଷି, ମୁନି ଙ୍କ ମୋ ଦେଶ,

   ଧର୍ମ, ଜ୍ୟୋତିଷ ଶାସ୍ତ୍ର ,ରାମାୟଣ,

   ମହାଭାରତ,ବେଦ ଶାସ୍ତ୍ର ଯହିଁ ରଚିତ,

   ଅପାଶୋରା,ଅଭୁଲା,ଗାରିମାମୟ,

   ମହାନ୍ ଅଟେ ଯା'ର ଅତୀତ ଇତିହାସ ,

   ସେଇ ମୋ ପ୍ରିୟ ମହାନ୍ ଭାରତବର୍ଷ।।

 

 

    

     



Rate this content
Log in

Similar oriya poem from Inspirational