Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Arjuni charan Behera

Inspirational Others

3  

Arjuni charan Behera

Inspirational Others

ଅଚଳ ଅତଳ ଅଟଳ ଭାଇ

ଅଚଳ ଅତଳ ଅଟଳ ଭାଇ

1 min
207



ଅଚଳ ଅତଳ ଅଟଳ ଭାଇ

     ଅତଳତା ତୁମ ମାପି ନୁହଁଇ l


ବାଜପକ୍ଷୀ ପ୍ରାୟ କବିତା ତୋର

  କବିତା ନୁହେଁ ସେ ବେଦର ଗାର l


କବି କୋବିଦ ହେ ରାଷ୍ଟ୍ରନୀତିଜ୍ଞ

   ବାଜପେୟ ଜ୍ଞାନେ କବିତା ଯଜ୍ଞ l


ରାଷ୍ଟ୍ର ନିତି ତୁମ୍ଭ ଅଟେ ନିଆରା

   ତୁମପରି ଆଉ କେ ହେବ ପରା l


ତୁମେ ହେ ଧୂରୀଣ କୂଟନୀତିଜ୍ଞ

   ପ୍ରାଜ୍ଞ ବିଜ୍ଞ ତୁମେ ହେ ସ୍ଥିତପ୍ରଜ୍ଞ l


ଜାତିସଂଘେ ତୁମ ହିନ୍ଦି ବକ୍ତୃତା

    ଚମତ୍କୃତହେଲେ ବିଶ୍ୱ ଜନତା l


ପୋଖାରଣ ଝୁରୁଛି ବାଜପେୟୀ

   ପରମାଣୁ ବୋମା ଦେଲ ଫୁଟାଇ l


ଅରି ଡାକେ ପୁଣି କାର୍ଗିଲ ଯୁଦ୍ଧେ

  ସେନା ଉଡ଼ାଇଲେ ଝଣ୍ଡା ଉର୍ଦ୍ଧେ l


କେଇ ଦିନ ମଧ୍ୟେ ଧୂଳିକୁ ଚାଟି

    ପଳାଇଲେ ଶତ୍ରୁ ବାଟକୁ କାଟି l


ବିରୋଧୀରେ ତୁମ ନୀତି ଆଦର୍ଶ

    ଵାଢ଼ାପିଟା ନୁହେଁ ଏହା ଅବଶ୍ୟ l


ସାହିତ୍ୟି ତୁମର ଅତି ଉଚ୍ଚାଙ୍ଗ

     ବ୍ୟଙ୍ଗ ହିମଗିରି ସମ ଉତ୍ତୁଙ୍ଗ l


ସଡ଼କ ଯୋଜନା ପ୍ରଧାନମନ୍ତ୍ରୀ

    ଆଦର୍ଶ ପୁରୁଷ ହେ ମହାତନ୍ତ୍ରୀ l


ପଦ୍ମ ବିଭୂଷଣ ଭାରତ ରତ୍ନ

     ଭାରତଭୂଷଣ ତୁଙ୍ଗ ବ୍ୟକ୍ତିତ୍ୱ l


ଅଚଳ ଅତଳ ଅଟଳ ଭାଇ

   କେତେ ଗୁଣ ତୁମ ଗାଇବି ମୁହିଁ l


ଜନମ ଦିନରେ ପ୍ରଣତି ଘେନ

   ହେ ରାଷ୍ଟ୍ରପୁରୁଷ ହେ ମହାମାନ୍ୟ l


       



Rate this content
Log in

Similar oriya poem from Inspirational