ଅନ୍ଧାର ଘର
ଅନ୍ଧାର ଘର
ଅନ୍ଧାର ଘର
ମାଡଇ ଡର
ଭୁତ ପ୍ରେତଂକର ବାସ ।
ଭୟ ଲାଗଇ
ମନରେ ସେହି
ପାବନ୍ତି ମନରେ ତ୍ରାସ ।
ଅନ୍ଧକାର ନାଚେ
ଅନ୍ଧାର ଘରେ
କିଛି ଦୃଶ୍ୟ ହୁଏ ନାହି ।
ଅନ୍ଧ ପ୍ରାୟ ବତ୍
ଅଣ୍ଡାଳି ହୁଅଇ
ଅନ୍ଧାରେ ଝୁଣ୍ଟଇ ସେହି ।
ଅନ୍ଧ ଦୁନିଆର
ସମସ୍ତେ ହିଁ ଅନ୍ଧ
ଅନ୍ଧାର ଘରେ ନାହିଁ ଆଲ ।
ସୁଖ ନାହିଁ ଏଠି
ଦୁଃଖର ବଇଠି
ଅନ୍ଧାର ଘରେ ଜଳେ ଭଲ ।
ଅନ୍ଧ ଅନ୍ଧାର ର
ଖୋଜେ ସୁନ୍ଦର ର
ଯମନ୍ତ ତାକୁ ହିଁ ଜଣା ।
ଅନ୍ଧାର ଘର ର
ଭଲ ଲୋକ ଆଖି
ତେମନ୍ତ ହୁଅଇ ବଣା ।
ଅନ୍ଧ ସଂସାର ର
ଯେତେ ଫାନ୍ଦ କର
ଆଖି ଥାଇ ତୁମେ ଅନ୍ଧ ।
ଅନ୍ଧାର ଘର ର
ଦୃଶ୍ୟ ସଭିଂକର
ବୁଦ୍ଧି -ତା ହୁଅଇ ମନ୍ଦ ।
ସଂସାର ର ଚିତ୍ର
ଲାଗଇ ବିଚିତ୍ର
ଅନ୍ଧାର ଗୃହର ଭଳି ।
ଆଲୋକ ଜାଣିଲେ
ପକାଇ ପାରିଲେ
ଦିଶିଥାଏ ଝଳି ଝଳି ।
ଅନ୍ଧାର ର ଘରେ
ଅନ୍ଧ ହୋଇ ଯାଏ
ଆଖି ଦେଖେ ନାହିଁ କିଛି ।
ଅନ୍ଧ ସମାଜରେ
ଅନ୍ଧା କାନୁନ୍ ରେ
ଅସତ୍ୟତାଭର୍ତି ଅଛି ।
ଅନ୍ଧାର ଘରକୁ
ଆଲୋକିତ କର
ଦ୍ବୀପ ପ୍ରଜ୍ବଳିତ କରି ।
ଆଲୋକ ଟା କଣ
ଯାଣିତ ପାରିଲେ
ଅନ୍ଧାର ଯିବରେ ହରି ।