Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

BISWESWAR MAJHI

Inspirational

4.5  

BISWESWAR MAJHI

Inspirational

ଦୃପ୍ତ ଦ୍ରୌପଦୀଙ୍କ ଦୁର୍ବାର ଯାତ୍ରା

ଦୃପ୍ତ ଦ୍ରୌପଦୀଙ୍କ ଦୁର୍ବାର ଯାତ୍ରା

1 min
368


ବଡ ଆଶା କରି କିଛି ନପାଆନ୍ତି

   ଆଶାହୀନ ପାଇଯାଏ

ଉପରବେଡାର ତଳମୁହାଁ ଝିଅ

   ରାଷ୍ଟ୍ରପତି ହୋଇଯାଏ।


ନିପଟ ଗାଆଁର ଗାଆଁ ମୁଖିଆଙ୍କ 

    ଝିଅ ପୁତି ଲାଜକୁଳୀ 

ଦ୍ରୌପଦୀ ନାମଟି ଶିକ୍ଷକ ରଖିଲେ 

    ପାରିଥିଲେ କି ସେ କଳି ।


ପାଠ ପଢା ସାରି ଚାକିରି ଜୀବନ

    ନଥିଲା ଯାହାର ଭୋଗ 

ଅବୈତନିକରେ ଶିକ୍ଷକତା ବୃତ୍ତି

    ଦେଲା ଅବା ରାଜ ଯୋଗ ।


କାଉନସିଲରରୁ  ରାଜନୀତି ଶିଢି

     ବିଧାନସଭାରେ ସଭ୍ୟ 

ମନ୍ତ୍ରୀ ରାଜ୍ଯପାଳ ଉର୍ଦ୍ଧ୍ଵଗତି ହେଲା

     ରାଷ୍ଟ୍ରପତି ପଦ ଭବ୍ୟ।


ସରଳ ଜୀବନ  ନିଷ୍କଳଙ୍କ ଚିତ୍ର

   ଆଧ୍ୟାତ୍ମିକ ଦିନଚର୍ଯ୍ୟା

ଭାରତ ଭୁଖଣ୍ଡେ ପ୍ରଥମ ଓଡିଆ 

    ମହାମହିମ ଆଚାର୍ଯ୍ଯା।


ଦ୍ୱିତୀୟ ମହିଳା  ସବୁଠୁ କନିଷ୍ଠ

     ଜନଜାତି ପ୍ରତିନିଧି

ସ୍ବାଧିନତା ପର   ଜନ୍ମ ଯାହାଙ୍କର

    ପ୍ରଥମ ପାଇ ପଦବୀ।


ରାଇରଙ୍ଗପୁରୁ  ରାଇସିନା ଯାତ୍ରା

    ନିର୍ବିଘ୍ନରେ ଅତିକ୍ରମ 

ନିର୍ବିକାର ଚିତ୍ତ  ନୁହେଁ ଲୋଭଗ୍ରସ୍ତ

    ହୋଇଲ ମହାମହିମ। 


ପତି ଦୁଇପୁତ୍ର  ବିଚ୍ଛେଦର ଦୁଃଖ

    ଚନ୍ଦନ କରି ବୋଳିଛ

ପଡିଆବେଡାର ବେଡା ଅତିକ୍ରମି 

     ରାଇଜ ଧନ୍ଯ କରିଛ।


Rate this content
Log in