STORYMIRROR

Prafulla Chandra Mishra

Abstract

2  

Prafulla Chandra Mishra

Abstract

ମହାମାରୀ

ମହାମାରୀ

1 min
379


କରୋନା ଭୂତାଣୁ ସଂକ୍ରମଣ କରେ

ମହାମାରୀ ରୂପ ନେଇ

ସାବଧାନ ହେଲେ ଭୟ ଦୂରହେବ

ମୃତ୍ୟୁ ଆସିବ ନାହିଁ, ସାବଧାନ ଯାଅ ହୋଇ

ମରଣ ବରଣ ଅକାରଣେ କିଆଁ ଅସାବଧାନତା ହୋଇ


ଚାଇନା ହାଉନା କରୋନା ଜନନୀ

ଯେତେ ଅଖାଦ୍ୟ ଖାଦକ 

ପୃଥିବୀର ଶତ୍ରୁ ସମାନ ଏମାନେ

ସାଜିଲେ ବିଶ୍ଵ ଘାତକ, ମରିଲେଣି କେତେ ଲୋକ

ଆହୁରି ମରିବେ ଏମିତି କରୋନା ସାଜିଛି ପରା ଘାତକ


ସାରା ଧରଣୀ କୁ ଗ୍ରାସ କରିଲାଣି

ଧୀରେ ଧୀରେ ବ୍ୟାପି ଯାଏ

ଭାରତବର୍ଷ ରେ ପ୍ରବେଶ କରିଛି

ଭୟରେ ଦେଶ ଥରାଏ, ଏ ମନ୍ତ୍ର ନିଅ ସଭିଏଁ

କଟକଣା ମାନି ରହିଲେ ବଞ୍ଚିବ ସୁଗମ ପଥ ତ ଇଏ


ବିପଦ ବେଳରେ ଭଜ ଜଗନ୍ନାଥ

ସେହିତ ରକ୍ଷା କବଚ

ଘରେ ରହି ସେହି ନାମକୁ ଚିନ୍ତନ

କଲେ ବଞ୍ଚିବାର ବାଟ, ଦେଖାଇବେ ବିଶ୍ଵ ରାଟ

ଅନ୍ୟ ପନ୍ଥା ନାହିଁ ଆଉ ରେ ଅବୋଧ ଛାଡ ଅଧରମ ପଥ


ସରି ସରି ଆସୁଅଛି ବେଳକାଳ

ସାବଧାନ ହୁଅ ଧନ

ଲୋପ୍ ପାଇଯିବ ମାନବ ଜାତିକୁ

ବଞ୍ଚାଇବା ପାଇଁ ମନ, ନିବେଶ କର, ଜୀବନ

ବଞ୍ଚିଯିବ, ଘରେ ବସି ଧ୍ୟାନ କର ଜଗତ ଜୀବନ ନାମ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract