ମହାମାରୀ ହେଉ ଦୂର
ମହାମାରୀ ହେଉ ଦୂର
ଶୂନ୍ ଶାନ୍ ଆଜି
ଗାଆଁ ଓ ସହର
ଖାଁ ଖାଁ ରାସ୍ତା ଘାଟ,
ଘରକୋଣେ ରହି
ମଣିଷ ଖୋଜୁଛି
ଜୀଇଁବାର ସୂକ୍ଷ୍ମ ବାଟ।
କରୋନା ଲଗାଏ ନାଟ,
ହେ ଜଗତନାଥ
ଜଗତକୁ ରଖ
ଆଉ ନଭିଆଇ ହଟ।।
ତୁମରି ଭିଆଣ
ଏ ସୃଷ୍ଟିଟି ଜାଣ
ଯେବେ ହୋଇଯିବ ଧ୍ବଂସ,
ପ୍ରଭୂପଣ ତୁମ
ରହିବକି ଆଉ
କୁହ ଆହେ ପୀତବାସ।
ବାରେକ ସଦୟ ହୁଅ,
ବିଶ୍ବ ବଳୟରୁ
ବିଷ ହରିନେଇ
ଜୀଇଁବାର ରାହାଦିଅ।।
ବୁଦ୍ଧି ବଣା ଆଜି
ଏ ମଣିଷ ଜାତି
ଅନ୍ଧାରେ ବୁଲାଏ ବାଡ଼ି,
ଦିନୁ ଦିନ ବ୍ୟାପେ
କରୋନା ଭୂତାଣୁ
ଦେହୀ ଯାଏ ଦେହ ଛାଡି଼ ।
ଚାରିଆଡେ ହାହାକାର,
ସୃଷ୍ଟି ତୁମର
ରଖ ମହାବାହୁ
ମହାମାରୀ ହେଉ ଦୂର।।