ମହାଲିଙ୍ଗ ମହେଶ୍ୱର ମହାଦେବ
ମହାଲିଙ୍ଗ ମହେଶ୍ୱର ମହାଦେବ
ମହାଲିଙ୍ଗ ମହାଦେବ ମହେଶ୍ୱର
ଶକ୍ତି ଅସ୍ଫୁଟ ପ୍ରତୀକ
ଘୁରୁ-ଥିବା ଏ ଅନନ୍ତ ବ୍ରହ୍ମାଣ୍ଡର
ଲିଙ୍ଗ ହିଁ ଅକ୍ଷ ରୂପକ
ଆକାଶ ହିଁ ସ୍ଵୟଂ ଲିଙ୍ଗର ପ୍ରତୀକ
ଧରିତ୍ରୀ ଅଟେ ଆଧାର
ଅନନ୍ତ ଶୁନ୍ୟରୁ ସମସ୍ତ ଉତ୍ପତ୍ତି
ଲିଙ୍ଗ ହିଁ ମୂଳ ସୃଷ୍ଟିର
ମହେଶ୍ବର ଅଟନ୍ତି ଆଦି ପୁରୁଷ
ଲିଙ୍ଗ ଶକ୍ତିର ଚିହ୍ନ
ଜ୍ୟୋତିର୍ଲିଙ୍ଗ ରୂପେ ହୋଇ ପ୍ରକଟିତ
ଅନାଦି ଶକ୍ତି ବର୍ଣ୍ଣନ ।
ସୃଷ୍ଟି ତତ୍ତ୍ଵ ଓ ଶିବଙ୍କର ମାହାତ୍ମ୍ୟ
ନିଜ ଜ୍ଞାନ ଆହରଣେ
କୈଳାଶ ରେ ପହଞ୍ଚି ମହର୍ଷି ଭୃଗୁ
ପରମ ପିତା ଦର୍ଶନେ
ମାତା ପାର୍ବତୀଙ୍କ ସହ ଏକାନ୍ତରେ
ମଗ୍ନ ସୃଷ୍ଟି ସର୍ଜ୍ଜନା ରେ
ଅପେକ୍ଷା ପରେ ବି ନିରାଶା ମହର୍ଷି
ଶିବ ସାନିଧ୍ୟ ଲାଭରେ
ନାରୀ ଶକ୍ତି ସହ ସଂଯୁକ୍ତ ଯେପରି
ସେପରି ହେବ ସଂସାରେ
ଶିବଙ୍କୁ ଅଭିଶାପ ଦେଇ ମହର୍ଷି
ଫେରିଥିଲେ ନିରାଶାରେ ।
ଅନ୍ୟ ଏକ ପୌରାଣିକ ମତବାଦ
ଲିଙ୍ଗ ପୂଜା ସମ୍ବନ୍ଧୀୟ
ଋଷିମାନଙ୍କର ପତ୍ନୀ ସମ୍ମୁଖରେ
ଶିବ ନୃତ୍ୟରେ ତନ୍ମୟ
ଉଲଗ୍ନ ହୋଇଲେ ନୃତ୍ୟ ସମୟରେ
ଦେଖି ସର୍ବ ୠଷି ଗଣ
ଶରୀରରୁ ଲିଙ୍ଗ ଚ୍ଛିନ୍ନ ହୋଇ ଯାଉ
ଅଭିଶାପ ର ବଚନ
ମାତା ଭଗବତୀ ବା ଦେବୀ ପାର୍ବତୀ
ନିଜ ଯୋନି ରେ ଧାରଣ
ଶାନ୍ତ ହେଲା ଚ୍ଛିନ୍ନ ଲିଙ୍ଗର ଉତ୍ପାତ
ଶାନ୍ତ ହେଲେ ଦେବ ଗଣ ।
ଭିନ୍ନ ପୌରାଣିକ ତଥ୍ୟ ବି ଜଡ଼ିତ
ଲିଙ୍ଗ ପୂଜା ସମ୍ପର୍କ ରେ
ସତୀଙ୍କୁ ହରାଇ ଶିବଙ୍କ ତାଣ୍ଡବ
ସୃଷ୍ଟି ପ୍ରଳୟ ଧାରାରେ
ଦକ୍ଷ ପ୍ରଜାପତି ରାଣୀ ଉଭା ହେଲେ
ନୈବେଦ୍ୟ ଧରି ହାତରେ
ତାଣ୍ଡବ ସହ ଶିବ ଥିଲେ ଉଲଗ୍ନ
ଶାପ ଦେଲେ ସେହି ଠାରେ
ମତୃତୁଲ୍ୟ ନାରୀ ସମ୍ମୁଖେ ଉଲଗ୍ନ
ଲିଙ୍ଗ କଲ ପ୍ରଦର୍ଶନ
ଯୁଗେ ଯୁଗେ ଲିଙ୍ଗ ରୂପେ ପୂଜା ପାଅ
ଲିଙ୍ଗ ହିଁ ପୂଜା ବିଧାନ ।
ପ୍ରତି ଅଣୁ ପରମାଣୁ ରେ ଅସ୍ତିତ୍ବ
ପ୍ରତି କଣିକାରେ ଶିବ
ଶିବ ପ୍ରତି କୋଣ ଅନୁକୋଣେ ବ୍ୟାପ୍ତ
ଶିବ ମୟ ଏହି ଭବ
ଅନ୍ଧକାର ମଧ୍ୟେ ଦୀପ ର ଆଲୋକ
ଶିବ ଶିଖା ଶିବ ଜ୍ୟୋତି
ହୃଦୟ ଭିତରେ ଜାଳିଲେ ଜାଗର
ପ୍ରାପ୍ତ ହେବ ଗତି ମୁକ୍ତି
ଜାଗର ଦୀପ ରେ ଶ୍ରାବଣ ଧାରା ରେ
ଶିବ ହିଁ ବିରାଜମାନ
ମନ୍ଦିରେ ଆସ୍ଥାନ ଶ୍ମଶାନ ରେ ବାସ
ସର୍ବତ୍ର ଶିବ ପୂଜନ
ମହାଯୋଗୀ ମହାକୋପୀ ମହାତପି
ସଦା ତପସ୍ୟାରେ ମଗ୍ନ
ଦେବ ଦେବ ମହାଦେବ ସତ୍ୟ ଶିବ
ଶୁନ୍ୟ ଶୁନ୍ୟ ମହାଶୁନ୍ୟ
ଶରୀର ଯାହ
ାର ଆଭୂଷଣ ଶୁନ୍ୟ
ପଶୁ ଛାଲ ପରିଧାନ
ଶ୍ମଶାନ ହିଁ ଅଟେ ପ୍ରିୟ ବାସସ୍ଥାନ
ଶ୍ମଶାନ ଭସ୍ମ ଲେପନ
ତ୍ରିଦେବ ମଧ୍ୟରୁ ଶିବ ଅନ୍ୟତମ
ଅନ୍ୟ ନାମ ତ୍ରିଲୋଚନ
ମୋହ ମାୟା କାମ ପ୍ରେମ ବନ୍ଧନ ରୁ
ବଞ୍ଚିତ ଶାନ୍ତ ଜୀବନ
ସକଳ ପାପ ଓ ରିଷ୍ଟ ରୁ ଖଣ୍ଡନ
ସକଳ ଗ୍ରହ ଅଧୀନ
ଦେବତା ଗନ୍ଧର୍ବ କିନ୍ନର ଓ ନର
ମଥା ନୁଆଇଁ ଶରଣ ।
ସୃଷ୍ଟି ସର୍ଜନା ପ୍ରାୟ ସମାପ୍ତି ପରେ
ଶିବ ଶିବା ଏକାନ୍ତରେ
ପାର୍ବତୀଙ୍କ ପ୍ରତି ଜିଜ୍ଞାସା ମୋଚନ
ଶିବଙ୍କର ଉତ୍ତରରେ
ନୂତନ ଜିଜ୍ଞାସା ଉପସ୍ଥାପନ
ସ୍ବାମୀ ଶିବଙ୍କ ଆଗରେ
ପ୍ରଭୁଙ୍କର କେଉଁ ଦିବସଟି ପ୍ରିୟ
ଜୀବ ମୁକ୍ତି ପ୍ରାପ୍ତ କରେ
ଫାଲଗୁନ କୃଷ୍ଣ ଚତୁର୍ଦ୍ଦଶୀ ତିଥି
ପ୍ରଭୁ ରଖିଲେ ଉତ୍ତର
ବିଭିନ୍ନ ଦୃଷ୍ଟାନ୍ତ ମାଧ୍ୟମେ ବୁଝାଇ
କହି ପାର୍ବତୀ ଆଗର
ଥିଲା ସଂକ୍ଷେପରେ କାହାଣୀ ଆଳରେ
କଥା ଅଜ୍ଞାତ ଭକ୍ତର
ସହଜରେ ଶିବ ଚତୁର୍ଦ୍ଦଶୀ ରାତ୍ରୀ
ଘଟଣାର ଚମକ୍ତାର
ହିଂସ୍ର ଜନ୍ତୁ କବଳରୁ ଅଥବା ଶିକାର
ବ୍ୟାଧ ମନେ ଥିଲା ଚିନ୍ତି
ଅଜାଣତେ ବେଲ ବୃକ୍ଷ ପରେ ଚଢ଼ି
ଉଜାଗର ସାରା ରାତ୍ରି
ବେଲ ବୃକ୍ଷ ମୂଳେ ଶିବ ଲିଙ୍ଗ
ଥାଇ ବି ଅପୂଜା ମାତ୍ର
ରାତ୍ରି ସାରା ବ୍ୟାଧ ଅଙ୍ଗ ଚାଳନା ରେ
ଝଡୁ ଥିଲା ବେଲ ପତ୍ର
ଅଜ୍ଞାତ ରେ ହେଲା ଶିବ ଆରାଧନା
ଶିବରାତ୍ରି ର ତିଥିରେ
ସେଇ ବ୍ୟାଧ ମୃତ୍ୟୁ ପାରେ ହେଲା ପ୍ରାପ୍ତ
ଗମନ ବୈକୁଣ୍ଠ ପୂରେ
ଅନ୍ୟ ଏକ କଥା ରହିଛି ସେପରି
ସମୁଦ୍ର ମନ୍ଥନ ସହିତ ଜଡ଼ିତ
ସେହି ଘଟଣା ବି ଆଶ୍ଚର୍ଯ୍ୟ ଭାବରେ
ଶିବରାତ୍ରି ସମ୍ପର୍କିତ
ସମୁଦ୍ର ମନ୍ଥନୁ ଜାତ ସେ ଗରଳ
ସୃଷ୍ଟି ଧ୍ଵଂସ ହେବା ଜାଣି
ବିଷ ଗ୍ରାସ କରି ଚେତା ଶୂନ୍ୟ ହେଲ
ଦେବତାଙ୍କର ଭାଳେଣି
ରାତ୍ରୀ ଉଜାଗର ରହି ଆରାଧନା
କରିଲେ ସକଳ ଦେବ
ସଚେତନ ହେଲା ପରେ ପରେ ଖୁସି
ଦେଖି ପ୍ରଭୁ ଆବିର୍ଭାବ
ଶିବଙ୍କର ଆବିର୍ଭାବ ତିଥି ରୂପେ
ଶିବରାତ୍ରୀ ର ପାଳନ
ଅନ୍ୟ ମତେ ଶିବ ପାର୍ବତୀ ମିଳନ
ଅବା ବିବାହର ଦିନ
ସଂକ୍ଷେପରେ ଫାଲଗୁନ କୃଷ୍ଣ ପକ୍ଷ
ଚତୁର୍ଦ୍ଦଶୀ ର ତିଥିରେ
ଉଜାଗର ରହି ଜାଗର ଜଳିବା
ବିଧି ଅଛି ଏ ଧରାରେ
ସର୍ବାରିଷ୍ଟ ସର୍ବ ଦୁଃଖ ସର୍ବ ପାପ
ଶିବ କରନ୍ତି ହରଣ
ଭକ୍ତି ଭରେ ଯିଏ ଜାଗର ଜାଳଇ
ଏହି ଶିବରାତ୍ରି ଦିନ
ଶିବ ଆରାଧନା ହେଉ ଭକ୍ତିଭରେ
ଶିବରାତ୍ରୀ ର ତିଥିରେ
ଶିବ ମଙ୍ଗଳମୟ କଲ୍ୟାଣକାରୀ
ମୁକ୍ତି ମିଳିବ ଅଚିରେ ।