ମହାଦ୍ରୁମ
ମହାଦ୍ରୁମ
ଜୀବନ କାଳରେ ମଣିଷ କୋଳରେ
ଘାସ ହୁଏ ମହାଦ୍ରୁମ
ଅଞ୍ଚଳେ ମାଆର ଶାସନ ପିତାଙ୍କର
ଭଲମଣିଷ ପାଇଁ ଶ୍ରମ
ମଣିଷ ଜୀବନ ଅଢେଇ ଦିନ ଅକ୍ଷର
ଗୁଳ୍ମରୁ ହୁଏ ଦ୍ରୁମ କରି କର୍ମ
ଭଗବାନଙ୍କ ମହିମା ନଥିଲେ କୋଉଠୁ
ଫଳିବ ଜୀବନେ ଧର୍ମ
ସାଧୁ ସନ୍ଥ ସନ୍ୟାସୀ ମଧ୍ୟେ ଜଗନ୍ନାଥ
ସୃଷ୍ଟିରେ ସେ ସର୍ବୋତ୍ତମ
ଅଢେଇ ଦିନର ବଡେଇ ରହିନି କାହାର
ବାନ୍ଧିନେବେ କାଳ ଯମ
ବହି ଲେଖିଦେଲେ ବିହି କର୍ମ ଫଳ ଫଳେ
ଦଶଅବତାରେ ଅବତରୀ ରାମଜନ୍ମ
କଷଣ ଭୀଷଣ ପୁଣି ମାନ ଅପମାନ ସାଥେ
ପାପ ପୁଣ୍ୟ ଧର୍ମ
କିସ ନେଇ ମହୀରୁ ଯିବ ମନୁଷ୍ୟ ଦେହି
ତୁଚ୍ଛା ଏଇ ଧରାଧାମ
ରାମ, ଶ୍ରୀକୃଷ୍ଣ ଜଗନାଥ କଳ୍କୀ ରୂପେ
ଧରାରେ ହୋଇ ଜନ୍ମ
ଜୀବନର ମହାଦ୍ରୁମ ବଢ଼ାବନ୍ତି ଇଶ୍ୱର
ମଣିଷ ତୁଚ୍ଛ ନରାଧାମ
ଇଶ୍ୱର ଅଟନ୍ତି ସର୍ବଶ୍ରେଷ୍ଠ ପିତା ମାତା ସୋଦର
ବଢୁଥାନ୍ତି ତାଙ୍କ ଛାଇ ତଳେ ଗୁଳ୍ମ
ମଣିଷ ଛାର ବୁଝୁନି ଇଶ୍ୱର ନେବେ ଦେହ
ନଶ୍ୱର ଦେହର ଗର୍ବ ଅଂହକାର ଭ୍ରମ
ମଣିଷ ଜୀବନେ ଗୃହସ୍ଥ ଆଶ୍ରମ ସନ୍ୟାସ
ସବୁ ବୋଧିଦ୍ରୁମଙ୍କ ଦାନ ପୁଣ୍ୟ
ଏକାନ୍ତ ସାତ୍ତ୍ୱିକ ମାର୍ଗଦର୍ଶକ ଜଗନ୍ନାଥ ପିତାମହ
ସେହି ବୋଧିଦ୍ରୁମ ମହାଦ୍ରୁମ ।
