STORYMIRROR

Sunanda Mohanty

Classics Thriller Others

3  

Sunanda Mohanty

Classics Thriller Others

ମହାଦ୍ରୁମ

ମହାଦ୍ରୁମ

1 min
155


ଜୀବନ କାଳରେ ମଣିଷ କୋଳରେ

ଘାସ ହୁଏ ମହାଦ୍ରୁମ

ଅଞ୍ଚଳେ ମାଆର ଶାସନ ପିତାଙ୍କର

ଭଲମଣିଷ ପାଇଁ ଶ୍ରମ

ମଣିଷ ଜୀବନ ଅଢେଇ ଦିନ ଅକ୍ଷର

ଗୁଳ୍ମରୁ ହୁଏ ଦ୍ରୁମ କରି କର୍ମ

ଭଗବାନଙ୍କ ମହିମା ନଥିଲେ କୋଉଠୁ

ଫଳିବ ଜୀବନେ ଧର୍ମ

ସାଧୁ ସନ୍ଥ ସନ୍ୟାସୀ ମଧ୍ୟେ ଜଗନ୍ନାଥ

ସୃଷ୍ଟିରେ ସେ ସର୍ବୋତ୍ତମ

ଅଢେଇ ଦିନର ବଡେଇ ରହିନି କାହାର

ବାନ୍ଧିନେବେ କାଳ ଯମ

ବହି ଲେଖିଦେଲେ ବିହି କର୍ମ ଫଳ ଫଳେ

ଦଶଅବତାରେ ଅବତରୀ ରାମଜନ୍ମ

କଷଣ ଭୀଷଣ ପୁଣି ମାନ ଅପମାନ ସାଥେ

ପାପ ପୁଣ୍ୟ ଧର୍ମ

କିସ ନେଇ ମହୀରୁ ଯିବ ମନୁଷ୍ୟ ଦେହି

ତୁଚ୍ଛା ଏଇ ଧରାଧାମ

ରାମ, ଶ୍ରୀକୃଷ୍ଣ ଜଗନାଥ କଳ୍କୀ ରୂପେ

ଧରାରେ ହୋଇ ଜନ୍ମ

ଜୀବନର ମହାଦ୍ରୁମ ବଢ଼ାବନ୍ତି ଇଶ୍ୱର

ମଣିଷ ତୁଚ୍ଛ ନରାଧାମ

ଇଶ୍ୱର ଅଟନ୍ତି ସର୍ବଶ୍ରେଷ୍ଠ ପିତା ମାତା ସୋଦର

ବଢୁଥାନ୍ତି ତାଙ୍କ ଛାଇ ତଳେ ଗୁଳ୍ମ

ମଣିଷ ଛାର ବୁଝୁନି ଇଶ୍ୱର ନେବେ ଦେହ

ନଶ୍ୱର ଦେହର ଗର୍ବ ଅଂହକାର ଭ୍ରମ

ମଣିଷ ଜୀବନେ ଗୃହସ୍ଥ ଆଶ୍ରମ ସନ୍ୟାସ

ସବୁ ବୋଧିଦ୍ରୁମଙ୍କ ଦାନ ପୁଣ୍ୟ

ଏକାନ୍ତ ସାତ୍ତ୍ୱିକ ମାର୍ଗଦର୍ଶକ ଜଗନ୍ନାଥ ପିତାମହ

ସେହି ବୋଧିଦ୍ରୁମ ମହାଦ୍ରୁମ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics