STORYMIRROR

Rama chandra Pradhan

Abstract

2  

Rama chandra Pradhan

Abstract

ମହାଦେବ

ମହାଦେବ

1 min
3.2K

ଆହେ ଗଙ୍ଗାଧର ପାର୍ବତୀଙ୍କ ପତି 

   ହେ ପ୍ରଭୁ ପରମେଶ୍ୱର 

ଦୁଃଖ ମୋ ଜଣାଏ କରୁଣା କର ହେ 

   ଜଟାଧାରୀ ମହେଶ୍ୱର

ହେ ଚନ୍ଦ୍ରଶେଖର ହେ ଧବଳେଶ୍ୱର 

   ଢାଳ ହେ ଆଶିଷ ଝର 

ତୁମେ ମୋ ଭରସା ତୁମେମୋ ବିଶ୍ୱାସ

   ହେ ପ୍ରଭୁ ଶିବ ଶଙ୍କର

ତୁମେ ହିଁ ସୁନ୍ଦର ତୁମେ ହିଁ ବିଲୟ 

   ତୁମେ ହିଁ ସଦା ବିସ୍ମୟ 

ଭକତିରେ ତୁମେ ଶକତିରେ ତୁମେ 

   ତୁମେ ହିଁ ନମଃ ଶିବାୟ

ରଖ ଯଦି ତୁମେ ମାରିବେନି କେହି 

   ତୁମେ ମୋ ସାରା ସଂସାର 

ହେ ସୃଷ୍ଟି ରକ୍ଷକ ଜଗତ ଈଶ୍ୱର 

   ଚରଣେ କୋଟି ଜୁହାର

ହେ ଡମ୍ବରୁଧର ଆହେ ଆଶୁତୋଷ 

   ପଶୁପତି ନାଗେଶ୍ୱର 

ହେ ଶିବ ସୁନ୍ଦର ଆହେ ମହାଦେବ 

   ଉମାପତି ଭୋଳେଶ୍ୱର

ଆହେ ନୀଳକଣ୍ଠ ତୁମେ ତ ସର୍ବତ୍ର 

    ବିଶ୍ୱମ୍ବର ବିଶ୍ୱନାଥ 

ତୁମେ ନଟରାଜ ଓଁ ମହାରୁଦ୍ରାୟ 

   ବେଲେଶ୍ୱର କାଶୀନାଥ

ରକ୍ଷାକର ପ୍ରଭୁ ତ୍ରିଶୂଳ ନିକ୍ଷେପି 

  ନ ରହୁ ପାପୀଙ୍କ ଭୟ 

ଅକ୍ଷୟ ହେଉ ଏ ପୁଣ୍ୟର ଜଗତ 

  ଧରମ ର ହେଉ ଜୟ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract