ମହାବିଦ୍ୟା ଭୁବନେଶ୍ୱରୀ
ମହାବିଦ୍ୟା ଭୁବନେଶ୍ୱରୀ
ଜୟ ମା ଇଶ୍ୱରୀ ମା ଭୁବନେଶ୍ୱରୀ
ଜଗତ ଈଶ୍ୱରୀ ତୁହି l
ଜୟ ମା ଜନନୀ କାଞ୍ଚନ ବରଣୀ
ଭଗବତୀ ମହାମାୟୀ ll
ସୁନ୍ଦରୀ ସୁମୁଖି ମାଆ ବାରିଜାକ୍ଷୀ
ବାଳାର୍କ କାନ୍ତି ପ୍ରକାଶି l
ମସ୍ତକେ କିରୀଟ ଦିଶେ ଝଟ ଝଟ
ବିରାଜଇ ଅର୍ଦ୍ଧ ଶଶି ll
ଗୁଞ୍ଜ ଫଳମାଳା ରୁଞ୍ଜ ତୋର ଗଳା
ଜୟ ମାଆ ବିମ୍ବାଧରୀ l
ସହାସ୍ୟ ବଦନୀ ଦେବୀ ବରାନନୀ
ତୁହି ମା ଏକା ସୁନ୍ଦରୀ ll
ବିଶାଳ ନୟନୀ ମାଆ ପଦ୍ମାସନୀ
ପଦ୍ମିନୀ ପଦ୍ମା ବରଦା l
ସୁଖ ପ୍ରଦାୟିନୀ ଜୟ ମା କଲ୍ୟାଣୀ
ଜୟ ମାଆ ପଦ୍ମଗନ୍ଧା ll
ଜୟ ବରହସ୍ତା ବରଦା ଲୋ ମାତା
ଭକ୍ତଜନେ ସଦା ଦୟା l
ଆଶୀର୍ହସ୍ତେ କୁମ୍ଭ ପୁସ୍ତକ ଶୋଭଇ
ଦୟାମୟୀ ହେବୁ ସାହା ll
ଐଶ୍ୱର୍ଯ୍ୟ ଦାୟିନୀ ମାଆ ବିଘ୍ନସେନୀ
ତୋତେ ମାଆ ପୂଜାକରି l
ଅଜ୍ଞାନୀ, ବିଜ୍ଞାନୀ, ଦରିଦ୍ର, ନିର୍ଦ୍ଧନୀ
ଲଭିଥାନ୍ତି ସର୍ବ ଶିରି ll
ଜୟ ଗିରି ନନ୍ଦିନୀ ମହିଷା ମର୍ଦ୍ଦିନୀ
ନମଃ ନମଃ ନନ୍ଦିନୃତେ l
ତୋ ପଦେ ବନ୍ଦଇ ମାଆ ଦୟାମୟୀ
ନାରାୟଣୀ ନମସ୍ତୁତେ ll
