Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kusum Panda

Abstract

3  

Kusum Panda

Abstract

ମହା ଶିବରାତ୍ରୀ

ମହା ଶିବରାତ୍ରୀ

1 min
318



ହିନ୍ଦୁ ପର୍ବ ଅଟେ ଶିବ ପୂଜାଟି

ଫାଲଗୁନ ଚତୁର୍ଦ୍ଦଶୀ ଦିନ ପାଳନ୍ତି

ପୁଣି କୃଷ୍ଣପକ୍ଷ ସୋମବାରରେ

ସଂସାର ପ୍ରକଟେ ବିଶ୍ୱାସ ଭରେ ।  

ଦେବଦେବ ମହାଦେବଙ୍କ ଦ୍ଵାରା

ପିତାମହ ଭୀଷ୍ମ ଥାଇଣ ଭରା

 ଶରଶଯ୍ୟା ହେଲେ ଛାଡିଣ ଆଶା

 ଧର୍ମ ଉପଦେଶ ବୋଲଣା ଭାଷା । 

 ମହା ଶିବରାତ୍ରୀ ପାଳନ ଲକ୍ଷ

 ଇକ୍ଷାକୁ ବଂଶର ଚିତ୍ରଭାନୁଂକ

 କାହାଣୀ ରହିଛି ଉଦ୍ଧରିବାର

ଶିବ ଉପାସନା ପାଇଁ ତତ୍ପର । 

ଅଟଇ ଶ୍ରେଷ୍ଠ ସୋମବାର ଉତ୍କୃଷ୍ଟ

ଚାରୋଟି ପ୍ରହରେ ସମ୍ପନ୍ନ ପୃଷ୍ଠ

ଶିବରାତ୍ରି ବେଳା ତିନି ଘଟିକା

ରହିଛି ଏହାର ଆଦର୍ଶ ଟୀକା । 

ରାତ୍ରର ପ୍ରତିଟି ପ୍ରହର ବେଳା

ସେବି ଶିବଲିଙ୍ଗକୁ କରିଣ ମେଳା

ପ୍ରଦାନ କରାଇ ପୁଷ୍ପ,ପତ୍ର ଫଳକୁ

ଦୁଦୁରା, ଅରଖ ଆଦି ଫୁଲକୁ । 

କେତକୀ ଫୁଲକୁ ଶିବ ଉପରେ

ଚଢ଼ାଇଣ ବିଧି ପୂର୍ଣ୍ଣ ମାତ୍ରାରେ

ହିନ୍ଦୁ ନରନାରୀ ଶୁଦ୍ଧପୂତ ଭାବରେ

ଉପବାସ ଅଖଣ୍ଡ ଦୀପଦାନରେ ।

ଜାଳି ରାତ୍ରି ଉଜାଗର ରହି ବ୍ରତରେ

ମନ ଶାନ୍ତି କରନ୍ତି ଏହି ପୂଜାରେ

ଜାଗର ଓଷା ବା ଜାଗର ବ୍ରତ

ବୋଲିଣ ବୋଲାଇ ହୁଅନ୍ତି ପବିତ୍ର ।

ଅଖଣ୍ଡ ସଜାଗତା ପାଇଁ ତତ୍ପର

ଜ୍ଞାନର ଆଲୋକ ଭରା ସଂସାର

 ଏଇ ପର୍ବ ଶିକ୍ଷା ଦିଏ ଜାଗ୍ରତ

 ଆତ୍ମକଲ୍ୟାଣ ରୂପେ ହୋଇ ଆଦୃତ ।

 ମଝିରାତିକୁ ସର୍ବେ ଯାଇ ପାଖକୁ

 ଶିଖରେ ଚଢ଼ାନ୍ତି ମହାଦୀପକୁ

 ଦର୍ଶନ କରନ୍ତି ଶିବ ଭକ୍ତୁଳ

 ଆନନ୍ଦ ହୁଅନ୍ତି ଭାବେ ବିହ୍ଵଳ ।

 ପରଦିନ ସ୍ନାନ ସମାପ୍ତି କରି

 ଉପବାସ ଭଙ୍ଗ ହୁଅନ୍ତି ଫେରି

 ଏହି ଦିନ ବହୁ ଶ୍ରଦ୍ଧାଳୁ ଆସି

ଏକତ୍ରିତ ହୋଇ ବ୍ରତ ପାଳନ୍ତି ।

   


Rate this content
Log in

Similar oriya poem from Abstract