ମହା ଶିବ ରାତ୍ରି ଆସିଛି
ମହା ଶିବ ରାତ୍ରି ଆସିଛି
ହେ ଭୋଳାଶଙ୍କର ବାବା ମହେସ୍ଵର
ବରଷ କେ ଥରେ ଆସିଛି ଜାଗର
ଟାଣି ନିଅ ମୋତେ ତୁମ ମନ୍ଦିର କୁ
ଦରଶନ ଦିଅ ହେ ପୂଜିବି ତୁମକୁ
ମନ ରେ ଭରି ଦିଅ ମୋର ଭକତି
ତୁମ ନାମ ଜପିବାକୁ ଦିଅ ଶକତି
ଆହେ ଗଙ୍ଗା ଧର ତୁମେ ରାମେଶ୍ଵର
ଜାଳି ଦେବି ତୁମ ନାମ ରେ ଜାଗର
ତୁମ ହିଁ ଅନନ୍ତ ତୁମେ ତ ଅକ୍ଷୟ
ତୁମ ତାଣ୍ଡବ ରେ ହୁଏ ତ ପ୍ରଳୟ
ତୁମେ ମହା ଦେବଦେବ ଙ୍କ ଦେବ
ମହା ଦୀପ ସବୁ ପାତକ ହରିବ
ତୁମେ ଯାଚି ଦିଅ ଭକ୍ତଙ୍କୁ ତ ବର
ଫଗୁଣ ରେ ଆସେ ତୁମରି ଜାଗର ।।